ପୁରୀ ଜିଲ୍ଲାରୁ ଜିଲ୍ଲା ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ବୈଠକ
ପୁରୀ ଜିଲ୍ଲାରୁ ଜିଲ୍ଲା ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ବୈଠକ
ଆଜି ତା.୨୧.୦୮.୨୦୨୫ରିଖ ଅପରାହ୍ନ ୪ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ୍)ଙ୍କ ଚାମ୍ବରରେ ବରିଷ୍ଠ ନାଗରୀକଙ୍କର ତୀର୍ଥଯାତ୍ରା ଉପରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ଶ୍ରୀ ନୀଳମାଧବ ଭୋଇଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପୁରୀଜିଲ୍ଲାରୁ ମୋଟ ୯୭୨ଜଣ ଦରଖାସ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ସେଥିମଧ୍ୟରୁ ପ୍ରଥମ ବ୍ୟାଚ୍ ରେ ୧୨୭ଜଣଙ୍କୁ ତୀର୍ଥ ଯାତ୍ରାରେ ଜିଲ୍ଲାପାଇଁ ମନୋନୀତ କରାଯାଇଅଛି । ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଅଯୋଧ୍ୟା ଠାରୁ ବାରଣାସୀ ପର୍ଯ୍ୟନ୍ତ ଭ୍ରମଣ କରିବେ। ଏହି ତୀର୍ଥ ଯାତ୍ରୀମାନେ ଆସନ୍ତା ତା.୧୦.୦୯.୨୦୨୫ରିଖ ଠାରୁ ତା.୧୫.୦୯.୨୦୨୫ରିଖ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନେ ଭ୍ରମଣ କରିବେ । ପୂର୍ବରୁ ତା.୦୯.୦୯.୨୫ରିଖରେ ମେଡିକାଲ୍ ଟେଷ୍ଟ ତୀର୍ଥଯାତ୍ରୀଙ୍କୁ କରାଯିବ । ଏମାନେ ପୁରୀଠାରୁ ଟ୍ୟୁରିଷ୍ଟ ବସ୍ରେ ଯିବେ ଗୋଟେ ଦିନ ଭୁବନେଶ୍ଵରରେ ରହିବେ, ତାପରଦିନ ଟ୍ରେନ୍ରେ ସଂରକ୍ଷଣ ଦିଆଯାଇଥୁବା ସିଟ୍ରେ ତୀର୍ଥଯାତ୍ରୀମାନେ ଯିବେ, ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଉକ୍ତ ବୈଠକରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ସହକାରୀ ନିର୍ଦ୍ଦେର୍ଶକ ପର୍ଯ୍ୟଟନ ଶ୍ରୀ ସରୋଜ କୁମାର ପ୍ରଧାନ, ଅତିରିକ୍ତ ଏସ୍.ପି. ଶ୍ରୀ ସଚ୍ଚିନ୍ ପଟେଲ, ଏ.ଆର.ଟି.ଓ. ଦେବାଶିଷ ପଣ୍ଡା, ଜିଲ୍ଲା ସମାଜ ଓ ସୁରକ୍ଷା ଅଧୂକାରିଣୀ ତନୁପ୍ରଭା ବେହେରା, ଜିଲ୍ଲାସଂସ୍କୃତି ଅଧୂକାରୀ ଶ୍ରୀ ହେମନ୍ତ କୁମାର “ବେହେରାଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧୁକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ବୈଠକରେ ଯୋଗଦେଇଥିଲେ ।
