ରାଜ୍ୟ

ପୁରୀ ଜିଲାପାଳଙ୍କ ଅଚାନକ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Spread It

ନିମାପଡ଼ା,(ଏପିନ୍ୟୁଜ) ପୁରୀ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଅଚାନକ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଫେରିଛନ୍ତି। ଜିଲାପାଲ ଦିବ୍ୟ ଜ୍ୟୋତି ପରିଡ଼ା ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ ସମୟରେ ଭିତିିଭୂମିର ତଦାରଖ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ଆଟଡ଼ୋର, ବିଭିନ୍ନ ସ୍‌ବାର୍ଡ଼ ପରିଦର୍ଶନ କରି ରୋଗୀମାନଙ୍କ ଚିକିତ୍ସାବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ୱାର୍ନ ଗୁଡ଼ିକରେ କଣ ଆବଶ୍ୟକତା ରହିଛି ଡ଼ାକ୍ତରମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିତିଳେ । ସ୍ୱାସ୍ଥ୍ୟ କେନ୍ଦ୍ରର ପରୀକ୍ଷାଗାର, ନିରାମଞ କେନ୍ଦ୍ର, ଅସ୍ତ୍ରପଚାର ଗୃହ(ଓ.ଟି) ପରିଦର୍ଶନ କରିଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯାହାଯାହା ଆବଶ୍ୟକ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ଆଳୋଚନା କରି ଆବଶ୍ୟକରହିଛି କରାଯିବ ବୋଲି ପରିଦର୍ଶନ ବେଳେ ଜିଲାପାଳ ।୍ରୀ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କେନ୍ଦର଼ ମରାମତି ଓ ପୁନଃ ନିର୍ମାଣ ସହ ୱାର୍ଡ଼ରଗୁଡ଼ିକର ଆବଶ୍ୟକ ଅନୁସାରେ ମରାମତି ରହିଛି ତାହା ତୁରନ୍ତ କରିବାକୁ ପରିଦର୍ଶନବେଳେ ଉପସ୍ଥିତ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ସହ ଜିଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଅକ୍ଷୟ କୁମାର ଶତପଥୀ ଜିଲା ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଦିକାରୀମାନେ ଏବଂ ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଇନଜାର୍ଜ ଡ଼ାକ୍ତର ସୁବ୍ରତ ମହାପାତ୍ର ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *