ଅନ୍ଲାଇନ୍ ଜୁଆଖେଳରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହରାଇବା ପରେ ଯୁବକ କଲା ଆତ୍ମହତ୍ୟା
ସାକ୍ଷୀଗୋପାଳ (ଏପିନ୍ୟୁଜ) ନିମାପଡା ବ୍ଲକ୍ ଅନ୍ତର୍ଗତ ନୂଆସନ୍ଥ ଗ୍ରାମର ରତ୍ନାକର ପ୍ରଧାନ(୨୬) ନାମକ ଯୁବକ ସାକ୍ଷୀଗୋପାଳ ସୁଆରସାହିରେ ଭଡାଘରେ ରହୁଥିଲେ। ଗତକାଲି ସନ୍ଧ୍ୟାବେଳେ ସେହି ଭଡାଘରୁ ରତ୍ନାକରର ମୃତଦେହ ସାକ୍ଷୀଗୋପାଳ ପୁଲିସ ଜବତ କରିଥିଲା। ସେହି ଭଡାଘରୁ ପୁଲିସ୍ ରତ୍ନାକରର ଏକ ସୁଇସାଇଡ୍ ପତ୍ର ଜବତ କରିଛି। ରତ୍ନାକର ଜୁଆ ଖେଳିବା ପାଇଁ ବିଭିନ୍ନ ସ୍ଥାନରୁ ଧାରକରଜ କରି ସେହି ଋଣକୁ ସୁଜି ନପାରିଥିବାରୁ ବାଧ୍ୟହୋଇ ଶେଷରେ ଆତ୍ମହତ୍ୟା କରିଥିବା ପ୍ରକାଶ। ଭଡାଘରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ଭିତରପଟୁ ବନ୍ଧଥିବା କବାଟକୁ ଭାଙ୍ଗି ଡୋର୍ସ୍କ୍ରିନ୍ ସାହାଯ୍ୟରେ ଫ୍ୟାନ୍ରେ ଝୁଲୁଥିବା ଶବକୁ ଜବତକରି ଅପମୃତମାମଲା ରୁଜୁ କରିଛି, ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଅଧିକ ଅର୍ଥ ଜିତିବା ଆଶାରେ ବାରମ୍ବାର ଖେଳରେ ପଇସା ଲଗାଇ ମଧ୍ୟ ପିଲାମାନେ ଏହାକୁ ହାରି ଯାନ୍ତି। ଏହି ଖେଳରେ ଶିକାର ଅଧିକତଃ ନାବାଳକ ମାନେ ହୋଇଥାନ୍ତି। ଏହି ଜୁଆଖେଳକୁ ବନ୍ଦ କରିବା ପାଇଁ ସରକାରଙ୍କୁ କଠିନ ନିଷ୍ପତ୍ତି ନେବା ଉଚିତ୍।
