ରାଜ୍ୟ

ଜଳନିଷ୍କାସନ ବ୍ୟବସ୍ଥା ଉନ୍ନତି ପାଇଁ ୪ କୋଟିର ସ୍ବତନ୍ତ୍ର ଅନୁଦାନ ଘୋଷଣା 

Spread It

ନିମାପଡ଼ା, ୩୦/୮(ଏପିନ୍ୟୁଜ) ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜଳନିଷ୍କାସନ ସମାସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୪ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ‌ଦେଇଛନ୍ତି। ଉକ୍ତ ଅନୁଦାନ ଅର୍ଥରେ ପ୍ରମୁଖ ସ୍ଥାନ ଗୁଡ଼ିକରୁ ଜଳ ନିଷ୍କାସନ କରିବାପାଇଁ ସରକାର ଦେଇଥିବା ଅର୍ଥ ଖର୍ଚ୍ଚ କରାଯିବ। ମିଳିଥିବା ସୂଚନାରୁ ପ୍ରକାଶ ପ୍ରଥମ ଡ଼୍ରେନଟି ଅମଲାପଡ଼ା ଛକ ନିତିଆ ଦୋକାନ ଠାରୁ ସର୍ଦ୍ଦାର ଦୋକାନ ପର୍ଯ୍ୟନ୍ତ ,ଦ୍ବିତୀୟଡ଼୍ରେନ ସ୍ବାଧୀନ କଲୋନୀ ଠାରୁ ଆରମ୍ଭ ହୋଇ ଭୁବନପୁର ନୂଆ ପୋଖରୀ ପର୍ଯ୍ୟନ୍ତ, ତୃତୀୟ ଡ଼୍ରେନ ଜୟଶ୍ରୀ ଛକ ଗଣେଷ ମଣ୍ଡପ ଠାରୁ ଓମଫେଡ଼ କାରଖାନା ନିକଟରେ ଥିବା ରତ୍ନାକର ବାଗ ପର୍ଯ୍ୟନ୍ତ ଯିବ । ୪ର୍ଥ ଡ଼୍ରେନ ପ୍ରକଳ୍ପ ଅମଲାପଡ଼ା ରେ ଥିବା ୱାଟକୋର ପାଣି ଟାଙ୍କି ଠାରୁ ଗୁପ୍ତା ଯୋର ପର୍ଯ୍ୟନ୍ତ ,ସେହିଭଳି  ଗଡ଼ଅଣ୍ଢିଆ ଗ୍ରାମର ଲାଲୁ ବାବୁଙ୍କ ଘର ଠାରୁ ଆରମ୍ଭ ହୋଇ ଗୁପ୍ତାଯୋରକୁ ସଂଯୋଗ ହେବ। ଉକ୍ତ ଡ଼୍ରେନ ଗୁନିକ ନିର୍ମାଣ ଶେଷ ହେଲେ ପରିଷଦରୁ ଜଳନିଷ୍କାସନ ସମାସ୍ୟାର ସମାଧାନ ୫ଶହ ପ୍ରତିଶତ ହେବ ବୋଲି କୁହାଯାଇଛି।  ସ୍ବାୟତ୍ତଶାସନ ପୂର୍ବରୁ ନିମାପଡ଼ା ନଗର ବାସୀଙ୍କୁ ରାଜ୍ୟ ସରକାରଙ୍କ ଉପହାର ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *