ପାଣିରେ ବୁଡ଼ି ୩ବର୍ଷର ଝିଅର ମୃତ୍ୟୁ
ନିମାପଡା ୩୧/୮ ଗଣେଶ ପୂଜା ସାଝିଲା କୁନି ଝିଅ ପାଇଁ ଶେଷ ଶଯ୍ୟା ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ପଞ୍ଚାୟତରେ ତିନି ବର୍ଷର ଶିଶୁକନ୍ୟା ପାଣିରେ ପଡ଼ି ମୃତ୍ୟୁ ବରଣ କରିଥିଲାବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ସୁଚନା ମୁତାବକ ବାମନାଳ ମାଳିସାହିର ୩ବର୍ଷର ଶିଶୁ କନ୍ୟା ଶ୍ରୀ ନାୟକ ପୂର୍ବାହ୍ନରେ ନିଜ ଗ୍ରାମ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଗଣେଶଙ୍କ ପାଖରେ ବୁଲିବାକୁ ଆସି ଆଉ ଘରକୁ ଫେରିନଥିଲେ।ପରେ ଝିଅଟି ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ଘର ଲୋକ ଖୋଜା ଖୋଜି କରିଥିଲେ। ହେଲେ ଝିଅଟିକୁ ପାଇନଥିଲେ, ପରେ ନିକଟସ୍ତ ପୋଖରି ତୁଠରୁ ଝିଅଟିର ଚପଲ ଦେଖିବାରୁ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଥିଲା ପରେ ପୋଖରୀ ଭିତରେ ଖୋଜା ଖୋଜି କରିବାରୁ ଝିଅଟିକୁ ପାଇଥିଲେ। ପରେ ଝିଅଟିକୁ ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଝିଅଟିକୁ ମୃତ୍ୟୁ ଘୋଷଣା କରିଥିଲେ। ସେଠାରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରେ ଝିଅଟିର ମୃତ ଶରୀର ଗ୍ରାମରେ ପହଞ୍ଚିଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
