ରାଜ୍ୟ

ଭସାଣି ଶୋଭାଯାତ୍ରା ରୁ ଡିଜେ ଜବତ

Spread It
ଚାରିଛକ,( ସନ୍ତୋଷ ଦାଶ) ଚାରିଛକ ଥାନା ଅନ୍ତର୍ଗତ ଆଗରଶାସନ ଗ୍ରାମର ଗଣେଶ ମୂର୍ତ୍ତୀ ଭସାଣ ଉତ୍ସବ ଚାଲିଥିବା ବେଳେ ଅମରେଶ୍ଵର ଛକ ନିକଟରେ ଅନୁମତି ଠାରୁ ଅଧିକ ଶବ୍ଦରେ ବାଜୁଥିବାରୁ ଚାରିଛକ ପୋଲିସ ଏକ ଡିଜେ ଗାଡ଼ିକୁ ଜବତ କରିଛି। ଚାରିଛକ ଥାନା ପକ୍ଷରୁ ଗଣେଶ ପୂଜା ଭସାଣ ଉତ୍ସବରେ ଡିଜେ ନ ବଜାଇ ଶାନ୍ତିଶୃଙ୍ଖଳା ରେ ସମାପନ କରିବାକୁ ସମସ୍ତ ପୂଜା କମିଟି ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା। ତେବେ ଆଗରଶାସନ ଗ୍ରାମ ର ପୂଜା କମିଟି ଏହାର ଅମାନ୍ୟ କରିଥିବାରୁ ଥାନା ଅଧିକାରୀ ମମତା ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ଡିଜେ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ। ଡିଜେ ମାଲିକ ନିଆଳି ଅଞ୍ଚଳର ସୁଧାଂଶୁ ଶେଖର ସେନାପତିଙ୍କ ନାମରେ ଶବ୍ଦ ପ୍ରଦୂଷଣ ଓ ମୋଟର ଯାନ ଆଇନ ଧାରା ୧୭୭ ଓ ୧୭୯ ଧାରାରେ ନୋଟିସ ସହ ଜରିମାନା କରାଯାଇ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *