ରାଜ୍ୟ

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ପ୍ରଦାନ

Spread It

ନିମାପଡ଼ା,(ଏପିନ୍ୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ରଟିଲୋ ପଞ୍ଚାୟତ ଜାଗିର ଗ୍ରାମର ନକୂଳ ସାମଲ ନାମକ ବୃଦ୍ଧ ବ୍ୟକ୍ତି ଆଶ୍ରାବାଡ଼ି ସାହାଯ୍ୟରେ ଚଲାବୁଲା କରିଥାନ୍ତି। ସେ ଆଶାବାଡ଼ି ବା ୱାଲକର ସାହାଯ୍ୟରେ ବିଭିନ୍ନ କାର୍ଯ୍ୟପାଇଁ ଘରୁ ବାହାରକୁ ଯାଇପାରୁନଥିଲେ।  ନକୂଳ ନିଜ କାମ ନିଜେ କରିବାପାଇଁ ବଜାରଘାଟକୁ ଯିବାପାଇଁ ପ୍ରବଳ ଇଛାଶକ୍ତି ଥିବା ହୃଦୟଙ୍ଗମକରି ରଟିଲୋ ପଞ୍ଚାୟତର ସରପଞ୍ଚ ମନସ୍ବନୀ ବେହେରା ଟ୍ରାଇସାଇକେଲ ଦେବାପାଇଁ ବ୍ଲକକୁ ସୁପାରିଶ କରିଥିଲେ। ଆଜି ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜୟକ୍ରିଷ୍ଣା ସ୍ବାଇଁ ନାୟକ ସରପଞ୍ଚଙ୍କ ମନସ୍ବନୀ ପରିଡ଼ାଙ୍କ ଉପସ୍ଥିତରେ ବ୍ଲକ ଅଫିସରେ  ଭିନ୍ନକ୍ଷମ ବ୍ୟକ୍ତି ନକୂଳ ସାମଲକୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ନକଊଳ ଟ୍ରାଇସାଇକେଲ ପାଇବାପରେ କହିଛନ୍ତି ପରିବାର ଆବଶ୍ୟକ ଦ୍ରବ୍ୟପାଇଁ ଟ୍ରାଇ ସାଇକେଲ ଚଢି ବଜାରଘାଟକୁ ଯାଇପାରିବି ବୋଲି ନିଜର ଖୁସିବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *