ରାଜ୍ୟ

ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ

Spread It
ଚାରିଛକ,(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ଭାଦ୍ରବ ମାସ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣିମା। ଚାରିଛକ, ନିମାପଡ଼ା, ନୟାହାଟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ମଠ, ମନ୍ଦିର ରେ ଭକ୍ତି ଓ ନିଷ୍ଠାର ସହିତ ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂଜା ପାଉଥିବା ଭାଗବତ ଗାଦି କୁ ସ୍ନାନ, ନବବସ୍ତ୍ର କରାଯାଇ ଚୁଡ଼ା ଘସା, କଦଳୀ ଓ ଅନ୍ନ ପ୍ରସାଦ ଭୋଗ ଲାଗି କରା ଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭାଗବତ ଗୋସାଇଁ ଙ୍କୁ ପ୍ରଣାମ ଓ ବନ୍ଦାପନା କରିଥିଲେ। ଏଥିପାଇଁ ବିଭିନ୍ନ ମଠ,ଭାଗବତ ଟୁଙ୍ଗୀ ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
 

Leave a Reply

Your email address will not be published. Required fields are marked *