ନିମାପଡାରେ ଖୋଲିବ “କେନ୍ଦ୍ରୀୟ ବିଦ୍ୟାଳୟ”!
ନିମାପଡ଼ା (ଆଜିପର୍ଯ୍ୟନ୍ତ) ନିମାପଡ଼ା ବିଧାୟିକା ତଥା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ତା ୦୭-୦୯‐୨୦୨୫ ଦିନ ନିମାପଡ଼ା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା “ପୂଜ୍ୟପୂଜା ସମାରୋହ” କାର୍ଯ୍ୟକ୍ରମରେ ଅବସରରେ ନିମାପଡ଼ାଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭି) ଖୋଲାଯିବ। ନିମାପଡ଼ା ଉପଖଣ୍ଡ ଅଞ୍ଚଳବାସୀଏକ ବଡ଼ ଉପହାର ବୋଲି ଘୋଷଣା କରିଛନ୍ତି। ପୁରୀ ସହରରେ ଏକ କେନ୍ଦ୍ରିୟ ବିଦ୍ୟାଳୟ ଅଛି। ନିମାପଡ଼ା ଠାରେ ଏକ କେନ୍ଦ୍ରିୟ ବିଦ୍ୟାଳୟ ପ୍ରତିଷ୍ଠାହେଲେ ଜିଲ୍ଲାର ଏହା ଦ୍ଵିତୀୟ ସେଣ୍ଟ୍ରାଲ୍ ସ୍କୁଲ୍ ହେବ। ନିମାପଡ଼ା ଅଞ୍ଚଳରେ ଏହି ସ୍କୁଲର ସ୍ଥାପନା, ଅଞ୍ଚଳର ଶିକ୍ଷାଗତ ଦକ୍ଷତାକୁ ଶୀର୍ଷରେ ପହଞ୍ଚାଇବା ସହିତ, ଅଞ୍ଚଳର ଶିକ୍ଷା-ଅର୍ଥନୀତି କୁ ଏକ ନୂତନ ଦିଶା ଓ ଦଶା ପ୍ରଦାନ କରିବ।କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମାପଡ଼ା ଅଞ୍ଚଳରେ ଶିକ୍ଷାର ଶ୍ରେଷ୍ଠତା ପାଇଁ ଏକ ଅଭିନବ ଉଦ୍ଭବ। ଏହାଦ୍ୱାରା ଭୁବନେଶ୍ୱରରୁ ୪୦ କି.ମି. ଦୂରରେ ଥିବା ଆମ ଅଞ୍ଚଳ, ଆହୁରି ଅଧିକ ପ୍ରସିଦ୍ଧ ହେବା ସହିତ ଶୈକ୍ଷିକ ଅର୍ଥନୀତି ରେ ଧନାଢ୍ୟ ହୋଇପାରିବ ଶିକ୍ଷାର ହବ ପାଇଁ ବୋଲି ମତପୋଷଣ କରିଥିଲେ ଶ୍ରୀମତୀ ପରିଡ଼ା।ଉତ୍କର୍ଷ ନିମାପଡ଼ା ରେ ଦେଇଥିବା କଥା ଅନୁସାରେ, ଏହାଦ୍ୱାରା ଭୁବନେଶ୍ଵର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଶିକ୍ଷାର ଏକ ମିନି ହବ୍ ସୃଷ୍ଟି କରିବା ଲକ୍ଷ୍ୟ ସାଧନ ହେବା ସହିତ ଏହି ଟପ୍ କ୍ଲାସ୍ ଏଡୁକେସନ୍ ହବ୍, ଆଗାମୀ ଦିନ ମାନଙ୍କରେ ରାଜଧାନୀ ଉପରେ ପଡ଼ିବାକୁ ଥିବା ଅତ୍ୟଧିକ ଶୈକ୍ଷିକ ବୋଝ କୁ ଲାଘବ କରିବ ଓ ଏକ ଏଜୁକେସନାଲ୍ ହବ୍ ହିସାବରେ ଅଞ୍ଚଳର ବିକାଶ କରି ନିମାପଡାର ଅର୍ଥନୀତି ର ଉତଥାନ ରେ ସହଯୋଗ କରିବ। ଏହା ଏକ ନୂତନ ଆଶା ଓ ଉତ୍ସାହର ସମୟ, ଏବଂ ଏକ ଅନନ୍ୟ ଅବସର, ଯାହା ଆଗାମୀ ଦିନରେ ନିମାପଡାକୁ ଏକ ଉପକଣ୍ଠୀୟ ଶିକ୍ଷାର କେନ୍ଦ୍ରଭୂମିରେ ପରିଣତ କରିବାର ସ୍ଵପ୍ନ ସାକାର କରିବ।
