ମିଶନ ଶକ୍ତି ପୁର୍ନଗଠନ ପ୍ରକ୍ରିୟାକୁ ବିରାଧ କରି ମହିଳା ଗୋଷ୍ଠିଙ୍କ ବ୍ଲକ ଘେରାଉ
ନିମାପଡ଼ା (ଏ.ପି ନ୍ୟୁଜ) ନିମାପଡ଼ା ବ୍ଳକରେ ମିଶନ ଶକ୍ତିର ପୁର୍ନ ଗଠନ କାର୍ୟ୍ୟକ୍ରମକୁ ବିରୋଧ କରିବା ଆଜି ମହିଳା ଗୋଷ୍ଠୀର କର୍ମକର୍ତ୍ତାମା ଓ ସଭ୍ୟାମାନେ ବ୍ଲକ ଅଫିସରେ ଧାରଣା ଦେବାସହ ଘେରାଉ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଏସଡ଼ିପିଓ ଜନାର୍ଦ୍ଦନ ପାଢୀ ଏବଂ ଆଇଆଇସି ବାମଦେବ ସ୍ବାଇଁ ସମେତ ପୁଲିସ ଅଧିକାରୀ ଓ ମହିଳା ପୁଲିସ ଉପସ୍ଥିତ ଥିଲେ। ୨୦୧୩ ମସିହାରେ ହୋଇଥିବା ମିଶନ ଶକ୍ତି ଆଇନ ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ମହିଳା ଗୋଷ୍ଠୀ ପଞ୍ଚାୟତସ୍ତରରେ ଥିବା ମହିଳା ମହାସଂଘ ଏବଂ ବ୍ଲକ ରେ ଥିବା ମହିଳା ମହାସଂଘର ସଭାନେତ୍ରୀ ଓ ସପାଂଦିକାଓ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ ହେବାକଥା କିନ୍ତୁ ଦୀର୍ଘ ବର୍ଷ ହେବ ମିଶନ ଶକ୍ତି ର ପୁର୍ନ ଗଠନ ହୋଇନାର୍ହି। ନୂଆ ସରକାର ଆସିବାପରେ ମହିଳାମାନଙ୍କୁ ଅଧିକ କିୟାଶୀଳ କରିବାପାଇଁ ମିଶନ ଶକ୍ତିର ଢାଞ୍ଚା ବଦଳାଇବାଏବଂ ସାଙ୍ଗଠନିକ ରୂପରେଖ ସ୍ବୟଂ ସହାୟକ ଗୋଷ୍ଠୀର ବିଭିନ୍ନସ୍ତରରେ ଥିବା ମହାସଂଘର କର୍ମକର୍ତ୍ତା ବଦଳିବାପାଇଁ ନିର୍ଦ୍ଦେଶ ନାମା ସରକାର ଜିଲାପାଙ୍କ ଜରିଆରେ ଜାରି କରିଛନ୍ତି । ଏବଂ ୪ମାସମଧ୍ୟରେ ସମସ୍ତ ଗୋଷ୍ଠୀ ମହାସଂଘ ର ପୁର୍ନଗଠନ ପ୍ରକ୍ରିୟା ବା ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଶନ ଶକ୍ତି ପୁର୍ନଗଠନ ପ୍ରକ୍ରିୟାକୁ ନେଇ ରାଜନୀତି ଯୋର ଧରିଛି। ବିଜେଡ଼ି ଏବଂ ବିଜେପିର ଗୋଟିଏ ଗୋଷ୍ଠୀର ପକ୍ଷରୁ ପୁର୍ନଗଠନ ପ୍ରକ୍ରିୟାକୁ ବିରୋଧ କରୁଥିବା ମହିଳା ଗୋଷ୍ଠୀଙ୍କୁ ନୈତିକ ସମର୍ଥନ ଦେଉଥିବା ଜଣାପଡ଼ିଛି।
