ରାଜ୍ୟ

ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୫ ଅନୁଷ୍ଠିତ

Spread It

ସ୍ଥାନୀୟ ଖେଳପଡିଆ ତାଳବଣିଆ ଓ ସଦଭାବନା ସଭାଗୃହ, ପୁରୀ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ, ପୁରୀ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ୨୦୨୫ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ୧୨୦ ଜଣ ପ୍ରତିଯୋଗୀ ୧୨ଟି ବିଭାଗରେ ଅଂଶଗ୍ରହଣ କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ ଫୁଟବଲ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଚେସ, କ୍ୟାରମ, ଦୌଡ଼, ବକ୍ତୃତା, ଦଳଗତ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, କୁଇଜ଼ ଆଦି କନିଷ୍ଠ, ବରିଷ୍ଠ, ବାଳକ, ବାଳିକା ବର୍ଗରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୬୩ ଜଣା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ, ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପଛରେ ନାହାନ୍ତି। ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସବୁ ସ୍ତରରେ ଉଦ୍ୟମ ନିରନ୍ତର ଭାବେ ହେବା ଉଚିତ। ସମ୍ମାନିତ ଅତିଥିଙ୍କ ମଧ୍ୟରେ ଡଃ ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ମହାବୀର ରୁଦ୍ର ନାରାୟଣ ସାହୁ, କିଶୋର ନ୍ୟାୟ ବୋର୍ଡ଼ ସଦସ୍ୟ, ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟ, ସି ଡବ୍ଲୁ ସି, ପ୍ରୋଟେକ୍ସନ ଅଫିସର ସୁହାଗୀ ହେମ୍ବ୍ରମ, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗକୁ ବଢ଼ିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଚାରକ ଭାବେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଶିକ୍ଷାବିତ ଶିବ ସୁନ୍ଦର ମିଶ୍ର, କୁମାର ଭୀମସେନ, ରୋଜାଲିନ ପଣ୍ଡା, ରୋଜାଲିନ ସାମନ୍ତରାୟ, ଦର୍ଶନା କର ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପ ଲାଇନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *