ରାଜ୍ୟ

ପଞ୍ଚାୟତ ସମିତି ବୈଠକରେ ବିକଶିତ ଗାଁ ବିକଶିତ ଯୋଜନା କାର୍ଯ୍ୟକ୍ରମକୁ ନେଇ ହୋ ହଲ୍ଲା

Spread It

ପଞ୍ଚାୟତ ସମିତି ବୈଠକରେ ବିକଶିତ ଗାଁ ବିକଶିତ ଯୋଜନା କାର୍ଯ୍ୟଧାରାକୁ ନେଇ ହୋ ହଲ୍ଲା
ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନିୟୁଜ) ଆଜି ଅପରାହ୍ନରେ ପଞ୍ଚାୟତ ସମିତି ବୈଂକ ଅନୁଷ୍ଠିତ ଅଧ୍ୟକ୍ଷ ଶଙ୍କର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ବୈଠକରେ ସ୍ବାସ୍ଥ୍ୟ, ପୁର୍ତ୍ତ, ଗ୍ରାମବିକାଶ(ଆର.ଡ଼ି)ଜଳସେଚନ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ଆଜି ବୈଠକରେ ଉପସ୍ଥିତ ନଥିଲେ। ଏ ସରକାର ସମୟରେ ନିମାପଡ଼ା ଲାଇନ ଡ଼ିର୍ପାଟମେଣ୍ଟର ଅଧିକାରୀମାନେ ପଞ୍ଚାୟତ ସମିତି ବୈଠକକୁ ଗୁରୁତ୍ବ ଦେଉନଥିବାରୁ କେତେକ ବିଜେପି ସମର୍ଥିତ ପଞ୍ଚାୟତ ସମିତି ସଭ୍ୟ କାର‌୍ୟ୍ରାନୁଷ୍ଠାନ ନେବାକୁ ଦାବୀ କରିଥିଲେ। ସେହିଭଳି ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସେବାଦିବସ ଭାବେ ପାଳନକରି ବୃକ୍ଷ ରୋପଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଧେଶ ଦେଇଛନ୍ତି। କିନ୍ତୁ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମର ରୁପରେଖ ପ୍ରସ୍ତୁତ କରିବାକୁ ଆଜି ବୈଠକରେ ଜଙ୍ଗଲ ବିଭାଗର ଅଧିକାରୀ ଉପସ୍ଥିତ ନଥିଲେ। ଏହି ବୈଠକରେ ବିକାଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପ୍ରକଳ୍ପ ଗୁଡ଼ିକ ବ୍ଲକ ଯନ୍ତ୍ରୀ କିମ୍ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ରଖିବାର ନିୟମ ଥିବାବେଳେ ବିଡ଼ିଓ କିଭଳି ଜଣେ ଜଣେ ଏଜନସିଜକୁ କାର୍ଯ୍ୟା ଦେଶ ଦେଉଛନ୍ତି, ଏବଂ ସରକାରଙ୍କ ପଞ୍ଚାୟତ ରାଜ ଆଇନକୁ ଖିଲାପ କରୁଥିବା ନେଇ ସଭ୍ୟମାନେ ହୋହଲ୍ଲା କରିଥିଲେ। ଧାନ ଫସଳ ଓ ପରିବା ଚାଷ ଗ୍ରାମାଞ୍ଚଳରେ କ୍ଷତି ଘଟୁଥିବାରୁ ସରପଞ୍ଚ ପ୍ରଫୁଲ ସ୍ବାଇଁ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଥିଳେ। ଆଜି ବୈଠକରେ ପୂର୍ବ ପଞ୍ଚାୟତ ସମିତି ବୈଠକର ପ୍ରସ୍ତାବ ଗୃହୀତ ହୋଇଥିଲା। ଜୈନିକ ସରପଞ୍ଚ ବ୍ଲକରେ ଏବେ କମିଶନ କାରବାର ଅଧିକ ହୋଇଛି ,କେଉଁ ଅଧିକାରୀ କେତେ କମିଶନ କେଉଁ କାମରେ ନେଉଛନ୍ତି ସମସ୍ତ ତଥ୍ୟ ମିଲିଛି। ଆଜି ବୈଂକରେ ବିନିଓ ଅଭିଜିତ ଷଡ଼ଙ୍ଗୀ, ଉପାଧ୍ୟକ୍ଷା , ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ, ଅତିରିକ୍ତ ବିଡ଼ିଓ, ଗ୍ରାମ ପଞ୍ଚାୟତ ଅଧିକାରୀ ଓ ମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *