ରାଜ୍ୟ

ଭୁବନେଶ୍ବର -କୋଣାର୍କ ନୂତନ ରେଳ ପଥ ନିମାପଡ଼ା ଦେଇ ଯିବ। ଉତ୍ସବ ମନାଉଛନ୍ତି ଲୋକ

Spread It

 ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନିୟୁଜ) ନିମାପଡ଼ାକୁ ନୂତନ ରେଳପଥ ନିମାପଡ଼ା ବାଟଦେଇ ଯିବା ସଂପର୍କରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏକ ଚଠି ଲେଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଜଣାଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ନିମାପଡ଼ା ଆନନ୍ଦ ଉତ୍ସବ ଖେଳି ଯାଇଛି। ଦୋଳବେଦୀ ଛକଠାରେ ବିଜେପି କର୍ମୀମାନ ଏକାଠି ହୋଇ ଆତସବାଜି ଫୁଟାଇ ଉତ୍ସବ ମନାଉଛନ୍ତି। ମିଳିଥିବା ସୁଚନାରୁ ପ୍ରକାଶ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା  ଜୁଲାଇ ୨୮,୨୦୨୫ରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣଙ୍କୁ- ଚିଠି ଲେଖିଥିଲେ ଭୁବନେଶ୍ବରରୁ କୋଣାର୍କକୁ ରେଳ ସଂଯୋଗ କରାଯାଉ। ଏବଂ ଏହି ରେଳ ପଥ ଭୁବନେଶ୍ବର – କୋଣାର୍କ ନୂତନ ରେଳ ପଥ ଭାୟା ନିମାପଡ଼ା ଓ ଗୋପ ବାଟଦେଇ ଯିବା ପାଇଁ ଉଲେଖ କରିଥିଲେ। ରେଳ ମନ୍ତ୍ରୀ  ଅଶ୍ବନୀ ବୈଷ୍ଣବ ଶ୍ରୀମତୀ ପରିଡ଼ାଙ୍କୁ ଚିଠି ଲେଖି ଜଣାଇଛନ୍ତି  ଭୁବନେଶ୍ବର କୋଣାର୍କ ରେଲପଥ ପାଇଁ ଅନ୍ତିମ ସର୍ବେକ୍ଷଣ କୁ କେନ୍ଦ୍ର ସରକାର ଅନୁମୋଦନ ଲାଭ କରିଛି। ନିମାପଡାରେ ପ୍ରଭାତୀ ପରିଡାଙ୍କ ଉଦ୍ୟମରେ ରେଳ ଚାଲିବା ପରେ ବହୁଦିନରୁ ସ୍ବପ୍ନ ଦେଖୁଥିବା ଆଡଭୋକେଟ ସୁଧିର ମହାନ୍ତି ଓ ଇସାନ୍ ମୋର୍ଚ୍ଚା ସମ୍ପାଦକ ପ୍ରସାନ୍ତ ସ୍ବାଇଁ (ଲୁଲୁ) ଉପମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *