ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଦରମା ଦାବୀକରି ଗଣ ଧାରଣାରେ ବସିଲେ ସି.ଏସଏସ କର୍ମୀ
ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଦରମା ଦାବୀକରି ଗଣ ଧାରଣାରେ ବସିଲେ ସି.ଏସଏସ କର୍ମୀ
ନିମାପଡ଼ା,(ଆଜି ପର୍ଯ୍ୟନ୍ତ ନିୟୁଜ) ମିଶନ ଶକ୍ତି ବିଭାଗର ଗୋଷ୍ଠୀ ସହାୟିକା କର୍ମୀ ସି.ଏସ.ଏସ.ଙ୍କ ପ୍ରତ୍ସୋହନ ରାଶି ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବୀକରି ଶାଢେ ୪ଶହରୁ ଉର୍ଦ୍ଧ କର୍ମୀ ବ୍ଲକରେ ଦାବୀ ପୂରଣନେଇ ଗଣ ଧାରଣା ଦେଇଛନ୍ତି। ପୂର୍ବ ପରି ସ୍ଥାୟୀ ଦରମା, ସ୍ଥାୟୀ ନିଯୁକ୍ତି, ଆକାଉଣ୍ଟ ପେ,ଛଅ ମାସର ବକେୟା ରାଶି, କାର୍ଯ୍ୟ ଅନୁଯାୟୀ ବଦ୍ଧିତ ପାରିଶ୍ରମିକ ମିଳୁ ଓ ପ୍ରୋପମାନ୍ସ ବନ୍ଦ କରାଯାଉ- ଏହି ଧାରଣା ଦାବୀ ପୂରଣ ପର୍ଯ୍ୟନ୍ତ ଚାଲିବ ବୋଲି ନିରୁପମା ଛାଟୋଇ, ରାଧାରାଣୀ ଜେନା, ସବିତା କାନୁନ ଗୋ, ଶ୍ରୀକାନ୍ତ ମଲିକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି।
