ନିମାପଡ଼ାର ଟ୍ରାଫିକ ନିୟମ କଡ଼ାକଡ଼ି କରିବାକୁ ଡ଼ି.ଏସ.ପିଙ୍କୁ ଦାବୀପତ୍ର
ନିମାପଡ଼ା,(ଆଜିପର୍ଯ୍ୟନ୍ତ) ନିମାପଡ଼ାର ଜାଗ୍ରତ ଯୁବଶକ୍ତି ସଂଗଠନର ପକ୍ଷରୁ ନିମାପଡ଼ା ମୁଖ୍ୟ ରାସ୍ତାରେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ ପୁଲିସ ଉପଖଣ୍ଡ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ପାର୍ବଣ ଋତୁ ଆସିଥିବାରୁ ବହୁ ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥାଏ । ପୂଜା ପେଣ୍ଡାଲ ଗୁଡ଼ିକରେ ଗହଳି ଦେଖାଦେଇଥାଏ।। ସ୍ଥାନୀୟ ଗୋଲେଇ ଛକ ଠାରୁ ତଳଅଣ୍ଢିଆ ଛକ ପର୍ଯ୍ୟନ୍ତ ସହର ମଧ୍ୟଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଭାରି ଯାନ ଚଳାଚଳ ଉପରେ ବେଗ ନିୟନ୍ତ୍ରଣ କରିବା ଓ ସମୟ ନିର୍ଘଣ୍ଟ ଅନୁସାରେ ଗାଡ଼ି ଚଳାଚଳ ଉପରେ କଡ଼ାକଡ଼ି କଟକଣା ଲାଗୁ କରାଯାଉ। ନିୟମିତ ଗାଡ଼ିମଟର ଚେକିଙ୍ଗ ଉପରେ ଗୁରୁତ୍ବ ଆରୋପ କରି ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମୁଖ୍ୟ ରାସ୍ତାରେ ଗାଡ଼ି ପାର୍କିଂ ଯୋଗୁ ଟ୍ରାଫିକ ସମାସ୍ୟା ସୃଷ୍ଟି ହେଉଥିବା ସମାସ୍ୟାର ସମାଧାନ କରିବାକୁ ଏବଂ ଗାଡ଼ିମଟର ଚାଳନା ଉପରେ ଗୁରୁତ୍ବ ଦେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଜାଗ୍ରତ ଯୁବଶକ୍ତି ସଂଗଠନ ପକ୍ଷରୁ ନିବେଦନ କରାଯାଇଛି। ଆଦର୍ଶ ଦାଶ, ସମୀର ରଞ୍ଜନ ରାଉତରାୟ, ଦଣ୍ଡ ପାଣିସାହୁ, ହୃଦାନନ୍ଦ ଦାସ ପ୍ରମୁଖ ଦାବୀପତ୍ର ଦେଇଥିଲେ।
