ବଳରାମ ଦାସଙ୍କ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ୨୨ କୋଟି ଟଙ୍କାର ପ୍ରକଳ୍ପକୁ ପର୍ଯ୍ୟଟନ ବିଭାଗର ଅନୁମୋଦନ
ଭୁବନେଶ୍ବର ( ଆଜି ପର୍ଯ୍ୟନ୍ତ ନିୟୁଜ) ପୁରୀ ଜିଲ୍ଲା ତଥା ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ଗୋପସ୍ଥିତ ଭକ୍ତ ବଳରାମ ଦାସ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ୨୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ । ଶ୍ରୀମତୀ ପରିଡ଼ାଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ସୂଚନା ଦିଆଯିବା ସହ କୁହାଯାଇଛି, ।, ଲକ୍ଷ୍ମୀ ପୁରାଣର ରଚୟିତା ତଥା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଜଗତର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଭକ୍ତ ବଳରାମ ଦାସ ଓଡ଼ିଶାର ଘରେ ଘରେ ପରିଚିତ ନାମ । ବିଶେଷ କରି ଓଡ଼ିଶାର ମା’ ଭଉଣୀମାନଙ୍କ ସହ ଜଡ଼ିତ ଲକ୍ଷ୍ମୀ ପୁରାଣ ଭଳି ଅନେକ ଅମୂଲ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ସୁପ୍ରସିଦ୍ଧ । ଲକ୍ଷ୍ମୀ ପୁରାଣର ରଚୟିତା ବଳରାମ ଦାସଙ୍କ ପୀଠ ସ୍ଥାନୀୟ ବାସିନ୍ଦାଙ୍କ ସମେତ ସମଗ୍ର ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଭାବଗତ ଭାବେ ସହ ଜଡ଼ିତ ଥିବାରୁ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ପୀଠର ବିକାଶ ପାଇଁ ଉଦ୍ୟମ କରିଥିଲେ। ଶ୍ରୀମତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ଏହି ପୀଠର ବିକାଶ ପାଇଁ ପ୍ରକଳ୍ପ ପାଇଁ ଅନୁମୋଦନ ଦିଆଯାଇଛି । ବଳରାମ ଦାସଙ୍କ ସ୍ମୃତି ଓ ସାଧନା ସହ ଜଡ଼ିତ ଏହି ପବିତ୍ର ପୀଠର ବିକାଶ ହେବା ସମଗ୍ର ଅଞ୍ଚଳକୁ ସମଗ୍ର ବିଶ୍ୱରେ ପରିଚୟ ଦେବା ସହ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ ବିକାଶ ପାଇଁ ମଧ୍ୟ ବେଶ ସହାୟକ ହେବ ।
