ରାଜ୍ୟ

ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ।

Spread It

ପୁରୀ(  ଆଜି ପର୍ଯ୍ୟନ୍ତ ନିୟୁଜ)ଆଜି ପୂର୍ବାହ୍ନରେ ସଦଭାବନା ସଭା ଗୃହ, ପରିସରରେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଅର୍ନ୍ତଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ପାଳନ କରାଯାଇଥିଲା।, ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କନ୍ୟା ସନ୍ତାନ ର ସୁରକ୍ଷା ଓ ସେମାନଙ୍କ ଭବିଷ୍ୟତ କୁ ସୁନ୍ଦର ଭାବେ ଗଢିବା ସମ୍ପର୍କରେ ଆଲୋଚନା କରିଥିଲେ। ,ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର,ଅଙ୍ଗନବାଡ଼ି କର୍ମୀ ୫୦ଜଣ କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ।କିଶୋରୀ ବାଳିକାମାନଙ୍କୁ ନେଇ ଗୀତ, ନାଚ, ପ୍ରଶ୍ନ ଉତ୍ତର ର ପ୍ରତିଯୋଗିତା କରାଯାଇ ଥିଲା ସେଥିମଧ୍ୟରୁ ୧୦ ଜଣ କିଶୋରୀ ବାଳିକା କୁ ପୁରସ୍କୃତ କରାଯାଇ ଥିଲା ଏବଂ ବିଭିନ୍ନ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଥିବା ବିଜୟଲକ୍ଷ୍ମୀ ବଡ଼ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ସମାଜକୁ କନ୍ୟା ସନ୍ତାନ ଦିବସ ଅବସରରେ ଆଜିର ବାର୍ତ୍ତା ଥିଲା – ମୋର ସ୍ୱର ମୋର ଅଧିକାର , ମୁଁ ହେଉଛି ସେଇ ଝିଅ , ଯେଉ ପରିବର୍ତ୍ତନର ମୁଁ ନେତୃତ୍ଵ ନେଉଛି, ସଙ୍କଟର ଆଗ ଧାଡିରେ ଝିଅମାନେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ତନୁପ୍ରଭା ବେଉରା ପରିଚାଳନା କରିଥିଲେ। ପ୍ରତିଯୋଗୀତା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପରିଦର୍ଶକା ବଲ୍ୟବତୀ ମହାନ୍ତି, ଡି. ସି ପୋଷଣ ସସ୍ମିତା କରମକାର, ଡି. ପି.ସି.ମମତା ପ୍ରଣତୀ ମହାନ୍ତି, ଡି. ସି – ବିଦ୍ୟାଧର ମଲ୍ଲିକ, ରଶ୍ମି ରଂଜନ ନାୟକ,ସହଯୋଗ କରିଥିଲେ ।ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *