ଶିକ୍ଷକ ଙ୍କ ଅକାଳ ବିୟୋଗ । ବିଭିନ୍ନ ମହଲରେ ଶୋକ
ଚାରିଛକ , (ସନ୍ତୋଷ ଦାଶ) ଚାରିଛକ ନିକଟସ୍ଥ ଜାହାଙ୍ଗିରପୁର ଗ୍ରାମର ସହକାରୀ ଶିକ୍ଷକ ଉମାକାନ୍ତ ସାହୁଙ୍କ ୪୮ ବୟସରେ ହୃଦଘାତ ରେ ପରଲୋକ ଘଟିଛି। ସେ ବିନିଶପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ବିନିଶପୁର, ଚାରିଛକ , ଅମରେଶ୍ଵର , ମାଧବ ପ୍ରଭୃତି ଅଞ୍ଚଳ ର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଶାନ୍ତ , ସରଳ , ମିଷ୍ଟଭାସି , ସହୃଦୟ,ପର ଉପକାରୀ, ସମାଜସେବୀ ବ୍ୟକ୍ତି ଥିଲେ । ଶିକ୍ଷା ଅନୁଷ୍ଠାନ ସହିତ ଅଞ୍ଚଳର ଛୋଟ ଠାରୁ ବଡ଼ ଲୋକ ମାନଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ଆସୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ନିଆଳି ବ୍ଲକର ଶିକ୍ଷକ ସଂଘ ସଦସ୍ୟ ସହିତ ଆଖପାଖ ଅଞ୍ଚଳର ଶିକ୍ଷକ ଆସି ତାଙ୍କର ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିଛନ୍ତି। ତାଙ୍କ ପରିବାର କୁ ସମସ୍ତେ ସାନ୍ତ୍ୱନା ଦେଇଥିଲେ । ତାଙ୍କ ମର ଶରୀର କୁ ପ୍ରଥମେ ବିନିଶିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଶୋଭାଯାତ୍ରା ରେ ନିଆ ଯିବାପରେ ନିଜ ଗାଁରେ ବୁଲାଇ ଶେଷରେ ନିଜ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରା ଯାଇଛି। ତାଙ୍କ ସାନ ଭାଇ ବିଜୟ କୁମାର ସାହୁ ମୁଖାଗ୍ନି ଦେଇଥିବା ବେଳେ ଶ୍ମଶାନ ରେ ଭାଇ ,ବନ୍ଧୁ , ଗ୍ରାମବାସୀ ଙ୍କ ସହିତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
