ରାଜ୍ୟ

ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ

Spread It

ଆଜି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପେଣ୍ଠକଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଶତପଥି ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ | ଏହି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଉପକେନ୍ଦ୍ର), ଜିଲ୍ଲାର ନିର୍ଦ୍ଧିଷ୍ଟ ସମସ୍ତ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ରେ ଆଜି ଠାରୁ ଆରମ୍ଭ ହୋଇ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ | ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ଏଥି ନିମନ୍ତେ ୫୬ଟି ଟ୍ରାନ୍-ଜିଟ୍ ପଏଣ୍ଟ ଚିହ୍ନଟ କରାଯାଇଥିଲା ଓ ୨୪ ଟି ମୋବାଇଲ୍ ଟିମ୍ ନିୟୋଜିତ ହୋଇ କାର୍ଯ୍ୟକର୍ମକୁ ଆଗେଇ ନେଇଛନ୍ତି | ଆଜି ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ୭୬୬ଟି ପୋଲିଓ ବୁଥରେ ଟୀକା କରଣ କାର୍ଯ୍ୟକ୍ରମ ଚାଲୁ ରହିଥିଲା | ଏବଂ ପରବର୍ତୀ ଦୁଇଦିନରେ ଜିଲ୍ଲାର ସମସ୍ତ ଗୃହ ପ୍ରଦର୍ଶନ କରାଯାଇ ଟୀକା କରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଯିବ |ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ଜିଲ୍ଲା ର ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୮୬ ହଜାର ୮୫୯ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି | ଏଥି ସହିତ ୩ ଲକ୍ଷ ୮୫ ହଜାର ୬୮୫ ଟି ଗୃହ ପରିଦର୍ଶନ କରାଯାଇ ସମସ୍ତ ଶିଶୁଙ୍କୁ ମଧ୍ୟ ଚି଼ହ୍ନଟ କରାଯାଇ ପୋଲିଓ ବୁନ୍ଦା ଦିଆଯିବ | ଆଜି ଜିଲ୍ଲା ସ୍ତରୀୟ ଉଦ୍ଘାଟନରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରୀପାଠି, ଡ. ଲାଲ ମୋହନ ହୋ, ସୌମ୍ୟାଶ୍ରୀ ମହାରଣା, କିଶୋରଚନ୍ଦ୍ର ଶେଖର ପ୍ରସାଦ ଦାଶ, ଲୋକନାଥ ମହାପାତ୍ର, ବେଣୁଧର ନାୟକ, ସନ୍ଦୀପ ବରଣ ଓଝା, ପ୍ରତୀକ ଶ୍ରୀଚନ୍ଦନ, ଆଲୋକ କୁମାର ସେନାପତି ଓ ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ଡିଭିଏଲ୍ଏମ୍ ଶ୍ରୀ ତ୍ରିଲୋଚନ ପରିଡା କାର୍ଯ୍ୟକ୍ରମ କୁ ସଫଳତାର ସହିତ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *