ରାଜ୍ୟ

ଆକ୍ରମଣକାରୀ ମାନଙ୍କୁ ଗିରଫ ଦାବୀରେ ନିମାପଡ଼ାରେ ରାସ୍ତା ଅବରୋଧ

Spread It

ନିମାପଡ଼ା (ଏ.ପି ନ୍ୟିୁଜ) ମାଙ୍କଡ଼ ଗୋରଡ଼ି ଗ୍ରାମର ଆକ୍ରମଣ କାରି ଯୁବକମାନଙ୍କୁ ଗିରଫ କରିବା ଦାବୀନେଇ ଅରବିନ୍ଦ କ୍ଲବର ସଭ୍ୟମାନେ ଆଜି ପୁର୍ବାହ୍ନରେ କୋଣାର୍କ- ପିପିଲି ରାସ୍ତାକୁ ପୁରୁଣା ବସଷ୍ଟାଣ୍ଢ ନିକଟରେ ଏକ ଘଣ୍ଟାକାଳ ଅବରୋଧ କରିଥିଲେ। ଫଳରେ ସବୁଠାରୁ ବ୍ୟସ୍ତବହୁଳ ରାସ୍ତାରେ ଗାନିଚଳାଚଳ ଠପ ହୋଇଯାଇଥିଲା। ନିମାପଡ଼ା ଥାନା ଅଧିନସ୍ଥ ଗଡ଼ଅଣ୍ଢିଆ ଗ୍ରାମର ଅରବିନ୍ଦ କ୍ଲବ ପକ୍ଷରୁ ମା ଗଜଲକ୍ଷ୍ମୀଙ୍କୁ ଭଷାଣୀ କରିବାପାଇଁ ଚନ୍ଦ୍ରଭାଗା ସମୁଦ୍ରକୁ ନେଇଥିଲେ। ସେଠାରେ ପୁର୍ବରୁ ଉପସ୍ଥିତ ଥିବା କିଛି ମାଙ୍କଡ଼ଗୋରଡ଼ିଗ୍ରାମର କିଛି ଯୁବକମାନଙ୍କ ସହ ଚନ୍ଦ୍ରଭାଗାଠାରେ ଅରବିନ୍ଦ କ୍ଲବର ଯୁବକଙ୍କ ମାନଙ୍କସହ କୈାଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ସ୍ଥାନୀୟ ଯୁବକମାନେ ଶହଶହ ସଂଖ୍ୟାରେ ଏକାଠି ହୋଇ ଅରବିନ୍ଦ କ୍ଲବର ସଭ୍ୟମାନଙ୍କୁ ଗୋଡ଼େଇ ଗୋଡ଼ଇ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କାରୀ ଯୁବକମାନେ ଦୁଇଟିକାର ଏବଂ ବୋଳେରୋକୁମଧ୍ୟ ଭାଙ୍ଗିଦେଇଛନ୍ତି। ଆକ୍ରମଣ କାରୀ କବଳରୁ ୱେବ ଚାନେଲ ସ୍ବାମ୍ବାଦିକ ଶ୍ବେତପର୍ଣ୍ଣ ଜେନା ଗୁରୁତର ଆହତ ହେଇଛନ୍ତି।ଆକ୍ରମଣକାରୀ ଯୁବକମାନେ ଜୁଣେଇ ବଜାରଠ‌ୋରେ ଏକତ୍ରିତ ହୋଇ ରହିଥିଲେ। ମୁର୍ତ୍ତି ବିସର୍ଜନ କରି ପେରୁଥିବା ଅରବିନ୍ଦକ୍ଲବର ସଭ୍ୟମାନଙ୍କୁ ପୁନର୍ବାର ମରଣାନ୍ତକ ଆକ୍ରମଣ କରିଥିଲେ।ମଧ୍ୟରାତିରେ ନିମାପଡ଼ାର ଯୁବକମାନେ ଅନ୍ଧାର ରାତିରେ କୁଆଡ଼େ ଯାଇନପାରି ମାଙ୍କଡ଼ଗୋରଡ଼ିର ଉଶୃଙ୍ଖଳ ଯୁବକମାନଙ୍କ ଆକ୍ରମଣର ଶିକାର ହୋଇ ୧୫ରୁ ଉର୍ଦ୍ଧ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଗଡ଼ ଅଣ୍ଢିଆ ଗ୍ରାମର ମୁରବି ସୁବାଷ ଚନ୍ଦ୍ର ପାତ୍ର ମଧ୍ୟ ଗୁରୁତର ଆହତ ଚିକିତ୍ସାଧୀନ ହୋଇଛନ୍ତି । ଆକ୍ରମଣ କାରୀ ଯୁବକମାନେ ମାରଣାସ୍ତ୍ର ,ଠେଙ୍ଗା ଲୁହାରଡ଼ ସାହାଯ୍ୟରେ ଆକ୍ରମଣ କରିଥିବା ଅରବିନ୍ଦ କ୍ଲବର ସଭ୍ୟମାନେ ଅଭିଯୋଗ । ଆନ୍ଦୋଳନକାରୀ ଅରବିନ୍ଦକ୍ଲବର ସଭ୍ୟମାନଙ୍କୁ ପ୍ରତିଶ୍ରୁତିଦେଇ ପୁଲିସ ଊପଖଣ୍ଡଅଧିକାରୀ ଜନାର୍ଦ୍ଦନ ପାଢୀ କହିଚନ୍ତି ଦୋଷୀ ଯୁବକମାନଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିଲା। କୋଣାର୍କ ପୁଲିସ ଗଡ଼ଅଣ୍ଢିଆ ଗ୍ରାମରେ ପହଁଞ୍ଚି ଆହତ ହୋଇଥିବା ଯୁବକମାନଙ୍କଠାରୁ ଜମାନବନ୍ଦୀ ରେକର୍ଡ଼ କରିଛି।

Leave a Reply

Your email address will not be published. Required fields are marked *