ରାଜ୍ୟ

ଭାଟବନ୍ଧ ହାଇ ସ୍କୁଲର ନୂତନ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଲେ ବିନୟ କୁମାର ବିଶ୍ଵାଳ

Spread It

 

ନିମାପଡ଼ା,(ଏ.ପି ନିୟୁଜ)ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ସ୍କୁଲର ନୂତନ ପ୍ରଧାନ ଶିକ୍ଷକ ଭାବେ ବିନୟ କୁମାର ବିଶ୍ବାଳ କାର୍ଯ୍ୟରେ ଯୋଗଦେଇଛନ୍ତି ବିନୟ କୁମାର ବିଶ୍ଵାଳ। ଏହି ଅବସରରେ ବିଦ୍ୟାଳୟର ପ୍ରାର୍ଥନା ପରେ ନୂତନ ପ୍ରଧାନ ଶିକ୍ଷକ ପାଇଁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ନୂତନ ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀମାନେ ଉତ୍ତରୀୟ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବଦେବେ ବୋଲି ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବାଳ ଉତ୍ତରରେ କହିଥିଲେ। ସମ୍ବର୍ଦ୍ଧନା ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ସାହୁ,ଚଅଁରପଦା ପଞ୍ଚାୟତର ସରପଞ୍ଚ ତପନ ମଲ୍ଲିକ, ସମିତି ସଭ୍ୟା ଙ୍କ ପ୍ରତିନିଧି ଆର୍ତ୍ତତ୍ରାଣ ରାଉତ , ସମାଜ ସେବୀ ସତ୍ୟ ଭୁଷଣ ସ୍ବାଇଁ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଧୃବ ଚରଣ ମାଝି, ବର୍ତ୍ତମାନ ର ଚେୟାରମ୍ୟାନ୍ କେଦାର ମାଝି, ଶରତ କୁମାର ବଢେଇ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ ଉପସ୍ଥିତ ରହି ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *