ପୂର୍ବତନ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ଦେବୀ ଷଡ଼ଙ୍ଗୀଙ୍କ ବିୟୋଗ
ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନିୟୁଜ) ନିମାପଡ଼ା ଅଟୋ କଲେଜର ପୂର୍ବତନ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ଦେବୀ ପ୍ରସାଦ ଷଡ଼ଙ୍ଗୀଙ୍କର ୭୨ ବର୍ଷ ବୟସରେ ପୁରୀ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳ ଆଜି ସକାଳ ୯ଟାରେ ତାଙ୍କର ମୃତ୍ୟୁ ଘଟିଛି। ସ୍ବର୍ଗତ ଷଡ଼ଙ୍ଗୀ ନିମାପଡ଼ା କଲେଜରେ ୧୯୭୬ ମସିହାରେ ରାଜନୀତି ବିଜ୍ଞାନ ବିଭାଗରେ ଯୋଗଦେଇ ୧୯୯୫ ମସିହା ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ।, ନିମାପଡ଼ା କଲେଜରୁ ବଦଳି ହୋଇ ଟାଙ୍ଗି, ସାକ୍ଷୀଗୋପାଳ କଲେଜରେ ଅଧ୍ୟାପନା କରି ବ୍ରହ୍ମଗିରି କଲେଜରେ ଅଧ୍ୟକ୍ଷଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। କିଛିବର୍ଷ ପୂର୍ବରୁ ତାଙ୍କ ମସ୍ତିକରେ ଟିବି ରୋଗ ହୋଇଥିଲା। ସେ ରାଜ୍ୟର ବଡ଼ ବଡ଼ ନାକ୍ତରଖାନାରେ ଚିକିତ୍ସାହେଉଥିଳେ। ଏଇ କିଛିଦିନ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପୁରୀ ବଡ଼ ଡ଼ାକ୍ତରଖାନାରେ ଆଇ.ସି.ୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେଆଜି ସକାଳ ୯ଟାରେ ମୃତ୍ୟୁ ହୋଇଛି। ସ୍ବର୍ଗତ ଷଡ଼ଙ୍ଗୀଙ୍କ ଘର ପୁରୀ ସହରର ବଳଗଣ୍ଡି ସାହିରେ । ତାଙ୍କ ମୃତ୍ୟୁରେ ଆଜି ମଧ୍ୟାହ୍ନରେ ନିମାପଡ଼ା ଅଟୋକଲେଜରେ ଏକ ଶୋକ ସଭା ଅଧ୍ୟକ୍ଷା ଅମିତା ମହାନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଦେବୀ ଷଡ଼ଙ୍ଗୀ ଆତ୍ମାର ସଦ୍ଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରାଶାସନିକ ଅଧିକାରୀ ଡ଼.ରବିନ୍ଦ୍ର କୁମାର ପାଢୀଙ୍କ ସମେତ କଲେଜ ଅଧ୍ୟାପକ ଓ କର୍ମଚାରୀ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶୋକ ବ୍ୟକ୍ତ କରିବାସଡ ଶ୍ରଦ୍ଧାଞଳି ଜ୍ଞାପନ କରାଯାଇଛି।
