ଜାତୀୟ ସ୍ତରୀୟ କାଲାମ ଜୟନ୍ତୀ ପାଳନ
ଆସନ୍ତା ବର୍ଷ ରାଜ୍ୟ ର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ କାଲାମ ଜୟନ୍ତୀ ସରକାରୀ ସ୍ତରରେ ପାଳନ ହେବ ଓ କାଲାମ ଙ୍କ ସ୍ମୃତି ପାଇଁ ଜାଗା ସହ ଘର କରିବେ ସ
. –
ବାଲେଶ୍ବର ( ଏ.ପି ନିୟୁଜ) କାଲାମ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ, ବାଲେଶ୍ୱର ଦ୍ଵାରା ଡଃ ଏ. ପି. ଜେ. ଅବଦୁଲ କାଲାମ ଙ୍କ ଜନ୍ମ ଦିନ ମହାସମାରୋହରେ ପାଳନ କରାଯାଇଛି। । ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା “ଅଗ୍ନିଡେଣା” ବିଜ୍ଞାନ ପତ୍ରିକା ର ସମ୍ପାଦକ ଡଃ ପଙ୍କଜ କୁମାର ଜେନା ଙ୍କ ପରିଚାଳନା ରେ ସକାଳେ ମ୍ୟୁନିସିପାଲଟି ଚେୟାରମେନ ଶ୍ରୀମତୀ ସବିତା ସାହୁ ଓ ଆଇ. ଟି. ଆର ଚାନ୍ଦିପୁର ଅତିରିକ୍ତ ନିର୍ଦ୍ଦେଶକ ତଥା ଟ୍ରଷ୍ଟ ର ସଭାପତି ଡଃ ନିଳାଦ୍ରୀ ରାୟ ଯୋଗଦେଇ ଷ୍ଟେସନ ଛକ ରେ ଥିବା ଡଃ କାଲାମ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଓ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ।ରାଜ୍ୟ ର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ମେଳା ରେ ଭାଗନେଇଥିଲେ ଏବଂ ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗ ର ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅର୍ଥ ରାଶି ସହ ପ୍ରମାଣ ପତ୍ର ଏବଂ ବୃକ୍ଷ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ସତ୍ୟନାରାୟଣ ସାହୁ, ଇନ୍ଦ୍ରଜିତ ପାତ୍ର, କୌଶିକ ଦାସ ପରିଚାଳନା କରିଥିଲେ। କୁଇଜ୍ ଓ କାଲାମ ଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା ରେ କନିଷ୍ଠ ଏବଂ ବରିଷ୍ଠ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର, ବୃକ୍ଷ, ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ହରିପଦ ଭୂୟାଁ, ବଳରାମ ସ, ପ୍ରଭାତ ଜେନା ପରିଚାଳନା କରିଥିଲେ। ସାରା ରାଜ୍ୟ ରେ ଓ.ଏ.ଏସ୍ ଟପର୍ ହୋଇଥିବା ପ୍ରୀୟଂଶୁ ସାମଲ ଙ୍କ ସହ ଅନ୍ୟ ୧୦ ଜଣ ଓ. ଏ. ଏସ ଙ୍କୁ ମାନପତ୍ର, ଉତ୍ତରୀୟ ଓ ବୃକ୍ଷ ଦେଇ ସମ୍ମାନିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାର ଙ୍କ ର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଉଦଘାଟକ ସଦର ବିଧାୟକ ମାନସ କୁମାର ଦତ୍ତ ଆଗାମୀ ବର୍ଷ ସାରା ରାଜ୍ୟ ର ପ୍ରତ୍ୟେକ ବିଦ୍ୟାଳୟ, ଓ ମହାବିଦ୍ୟାଳୟ ରେ ଡଃ କାଲାମ ଙ୍କ ଜୟନ୍ତୀ ପାଳନ କରାଯିବାର ପ୍ରତିଶୃତି ଦେଇଥିଲେ ଓ କାଲାମ ଙ୍କ ସ୍ମୃତି ପାଇଁ ସ୍ଥାନ ଦେଇ ସମସ୍ତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ। ଏ ବର୍ଷ ଟ୍ରଷ୍ଟ ର ପ୍ରଚେଷ୍ଟା ଦ୍ୱାରା ବାଲେଶର ର ସମସ୍ତ ବିଦ୍ୟାଳୟ ରେ ଜୟନ୍ତୀ ପାଳନ କରାଗଲା ବୋଲି ଅତିଥି ମାନେ କହିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାସ ଟ୍ରଷ୍ଟ ର କାର୍ଯ୍ୟକ୍ରମ କୁ ଭୁରିୟସୀ ପ୍ରଶ୍ନସା କରିଥିଲେ Iଗୁରୁଦେବ ସମ୍ମାନ, ଡଃ କାଲାମ ଆଇକନ୍ ସମ୍ମାନ, ଜିଲ୍ଲା ରୁ ନିଟ ଓ ଆଇଜର ପାଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଲଣ୍ଡନ ଓ ଦିଲ୍ଲୀ ରୁ ଆସିଥିବା ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା I ଅତିଥି ମାନଙ୍କୁ ଡଃ ସଂଗ୍ରାମ କୁମାର ରାଉତ ମଞ୍ଚ କୁ ଆହ୍ବାନ କରିଥିବା ବେଳେ, ଇଂଜିନିୟର ଗୋପାଳ ଚନ୍ଦ୍ର ଜେନା ଅତିଥି ପରିଚୟ ଦେଇଥିଲେ। ପ୍ରାରମ୍ଭ ରେ ଜ୍ୟୋତିର୍ମୟୀ ସାମଲ ଙ୍କ ଦ୍ଵାରା ସ୍ବାଗତ ନୃତ୍ୟ, ଗୋଲ୍ ଡେନ ବାଡ ଗ୍ରୁପ୍ ଦ୍ଵାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ନିକୁଞ୍ଜ ବିହାରୀ ଦାସ, ଶୁଭଶ୍ରୀ ମିଶ୍ର, ଅବନୀ କୁମାର, ଲଷ୍ମୀପ୍ରିୟା ଜେନା ପରିଚାଳନା କରିଥିଲେ। ଦର୍ଶକ ମାନେ ସୌରଭ ଭାରଦ୍ୱାଜ ଙ୍କ ଜଗନ୍ନାଥ ଭଜନ ପରିବେଷଣରେ ସମଜ୍ର ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ରେ ମଜ୍ଜି ଯାଇଥିଲେ Iଉପେନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଞ୍ଜୀବ କୁମାର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଏତଦ୍ ସହ ଅଗ୍ନି ଡେଣା ଉନ୍ମୋଚନ କରିଥିଲେ।
