ରାଜ୍ୟ

ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବୀକରି ଅଭିଭାବକମାନେ ସ୍କୁଲ ଗେଟରେ ଧାରଣା

Spread It

ନିମାପଡ଼ା (ଏ.ପି ନ୍ୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ଅରିଷଣ୍ଢ ନୋଡ଼ାଲ ହାଇସ୍କୁଲର ଖେଳ ଶିକ୍ଷୟିତ୍ରୀ ସସ୍ମିତା ସେନାପତିଙ୍କୁ ବଦଳି ଦାବୀକରି କିଛି ଅଭିଭାବକ ଆଜି ସ୍କୁଲ ଖୋଲିବା ପୂର୍ବରୁ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ।ଫଳରେ ସ୍କୁଲ ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷକ ଓ ଶିୟିତ୍ରୀମାନେ ପ୍ରବେଶ କରିପାରିନଥିଲେ। ଆଜି ପିଲାମାନଙ୍କର ସ୍କୁଲରେ ପାଠ ପଢାରେ ବ୍ୟାଘାତ ହୋଇଛି। ଖବର ପାଇ ଥାନାଆଇଆଇସି ଏବଂ ଶିକ୍ଷା ମଣ୍ଡଳ ଶିକ୍ଷା ସହଅଧିକାରୀ ଘଟଣା ସ୍ଥଳରେ ପହଁଚିତଦନ୍ତ କରି ଫେରିଛନ୍ତି। ସୂଚନା ଯୋଗ୍ୟ ଜିଲା ଶିକ୍ଷା ଅଧିକାରୀ ଖେଳ ଶିକ୍ଷୟତ୍ରୀ ସସ୍ମିତା ସେନାପତିଙ୍କୁ ଡ଼େପୁଟେସନରେ ଅରିଷଣ୍ଢ ନୋଡ଼ାଲ ହାଇସ୍କୁଲରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିବା ସୁଚନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *