ରାଜ୍ୟ

ନିମାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସବ୍‌-ଡିଭିଜନାଲ ହସ୍ପିଟାଲର ମାନ୍ୟତା ଓ ରାଜସ୍ବ ସବ୍‌-ଡିଭିଜନ ଘୋଷଣା ପାଇଁ ଦାବୀ

Spread It

ନିମାପଡ଼ା (ଏ.ପି ନ୍ୟୁଜ) ପୁରୀ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଓ ଦ୍ରୁତ ବିକାଶଶୀଳ ଅଞ୍ଚଳ ନିମାପଡ଼ାରେ ବହୁ ସଂଖ୍ୟାରେ ଜନସାଧାରଣ ବସବାସ କରୁଛନ୍ତି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ସୁବିଧା ଥାଇ ମଧ୍ୟ, ଆଧୁନିକ ଚିକିତ୍ସା ଉପକରଣ, ବିଶେଷଜ୍ଞ ଡାକ୍ତର, ଏବଂ ଆବଶ୍ୟକୀୟ ଶଯ୍ୟା ସଂଖ୍ୟାର ଅଭାବ ରହିଛି। ନିମାପଡ଼ାରେ ଏକ ସବ୍‌-ଡିଭିଜନାଲ ହସ୍ପିଟାଲ ସହିତ ଟ୍ରମା କେୟାର ସେଣ୍ଟର ସ୍ଥାପନ ହେଲେ ଜରୁରୀକାଳୀନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ତୁରନ୍ତ ଚିକିତ୍ସା ମିଳିପାରିବ ଏବଂ ଭୁବନେଶ୍ୱର ଓ ପୁରୀର ହସ୍ପିଟାଲଗୁଡ଼ିକ ଉପରେ ଚାପ ହ୍ରାସ ପାଇବ। ଏହା ସହିତ, ନିମାପଡ଼ାକୁ ସବ୍‌-ଡିଭିଜନ ଘୋଷଣା କଲେ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବ ଏବଂ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶ ତ୍ୱରାନ୍ୱିତ ହେବ। ନିମାପଡ଼ାର ଭୌଗୋଳିକ ଅବସ୍ଥିତି ଓ ଜନସଂଖ୍ୟା ଏହାକୁ ଏକ ସବ୍‌-ଡିଭିଜନ ପାଇଁ ଯୋଗ୍ୟ କରିଛି। ପୁରୀ: ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ନିମାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଏକ ସବ୍‌-ଡିଭିଜନାଲ ହସ୍ପିଟାଲ ସହିତ ଟ୍ରମା କେୟାର ସେଣ୍ଟର ଭାବେ ଉନ୍ନୀତ କରିବା ଏବଂ ନିମାପଡ଼ାକୁ ସବ୍‌-ଡିଭିଜନ ଭାବେ ଘୋଷଣା କରିବା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ଜୋରଦାର ଦାବି ଉପସ୍ଥାପନ କରିଛନ୍ତି। ଏହି ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *