ରାଜ୍ୟ

ଘର ମାଲିକଙ୍କୁ  ଖଣ୍ଡାରେ  ଓ ଭୁଜାଲିରେ  ହାଣି ଆହତ କରିଛନ୍ତି ୫ ଦୁର୍ବୁତ

Spread It

ଘର ମାଲିକଙ୍କୁ  ଖଣ୍ଡାରେ  ଭୁଜାଲି ଓ ଭୁଜାଲିରେ  ହାଣି ଆହତ କରିଛନ୍ତି ୫ ଦୁର୍ବୁତ। 

ନିମାପଡ଼ା, ୨୧/୧୦(APNEWS) ନିମାପଡ଼ା ଥାନା ଅନ୍ତର୍ଗତ ଶୁନୁଗୋରଡ଼ି ଗ୍ରାମର କାହ୍ନୁଚରଣ ପରିଡାଙ୍କୁ ଗତ ୨୦ ତାରିଖ ରାତି ୮ଟାସମୟରେ ନିଜଘରେ ପସି ର ୫ଜଣ ଦୁର୍ବୁତ୍ତ ଖଣ୍ଡା, ଭୂଜାଲି ଏବଂ ମାରଣାସ୍ତ୍ର ଧରି ଘରେ ପଶି ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ଏ ସଂପର୍କରେ ଆହତ ବ୍ୟକ୍ତିର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୩୨୩/୨୫ରେ ମାମଲାରୁଜୁକରି ତଦନ୍ତ ଚଳାଇଛି । ଦୁର୍ବୁତ୍ତ ମାନେ ଫେରାର ଥିବା ସୁଚନା ମିୂଳିଛି।  ମିଳିଥିବା ସୁଚନାରୁ ପ୍ରକାଶ ଶୁନୁଗୋରଡ଼ି ଗ୍ରାମର ଲକ୍ଷ୍ମୀପ୍ରିୟା ପରିଡ଼ା ଙ୍କ ପୁଅ ଗତ କାଲି ରାତିରେ ଘରେବସି ଭୋଗ ଖାଉଥିବା ସମୟରେ ଗୋଲଖ ପରିଡ଼ା , କାଳନ୍ଦୀ ପରିଡ଼ା,ପି. ବାଇଧର ପରିଡ଼ା , ବିକାଶ ପରିଡ଼ା  ଓ ରାଜେଶ ପରିଡ଼ା  ପି କାଳନ୍ଦି ପରିଡ଼ା, ଗଣେଷ ପରିଡ଼ା ପି ଗୋଲକ ପରିଡ଼ା ୫ ଜଣ ଭୁଜାଲି ,ଖଣ୍ଠାଧରି ଓ ହାତ ହତିଆର ସହ ଲକ୍ଷ୍ମୀଙ୍କଘରେପଶି  ସ୍ତ୍ରୀଲୋକମାନଙ୍କୁ ଆଶାଳୀନ ବ୍ୟବହାର ଦେଖାଇଥିଲେ। ପିଲାମାନଙ୍କୁ ଭୟଭୀତ କରି ଅଭିଯୋଗକାରୀ ମହିଳାଙ୍କ ସ୍ବାମୀ କାହ୍ନୁ ଚରଣ ପରିଡ଼ାଙ୍କୁ ଦୁର୍ବୁତ୍ତ ମାନେ ଧରିଥିବା ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ମରିଗଲାଭାବି ଛାଡି ଚାଲିଯାଇଥିଲେ। ଆହତ ସ୍ବାମୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିବାସମୟରେ ଘରେ ପୁରୁଷ ଲୋକଙ୍କ ଅନୁପସ୍ଥିତିରେ ଘର ଆଜବେଷ୍ଟ ଉପରେ ଚଢି ଭଙ୍ଗାରଚୁଜାକରି ଘର ଛାଡ଼ିଚାଲିଯାଅ ନଚେତ ଜୀବନରେ ମାରିଦେବୁବୋଇି ଧମକଦେଇଥିଲେ। ଘଟଣା ସ୍ଥଳକୁ ପୁଲିସ ଆସିବାପରେ ଦୁର୍ବୁତ୍ତମାନେ ସେଠାରୁ ଖସି ଚାଲିଯାଇଥିଲେ।

Leave a Reply

Your email address will not be published. Required fields are marked *