ରାଜ୍ୟ

ପ୍ରସୂତିଙ୍କର ମୃତ୍ର୍ୟୁକୁ ନେଇ  ରାଜନୀତି ତେଜିଲା । ନ୍ୟାୟ ପାଇଁ  ‌କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଥାନା ଆଗରେ ଧାରଣା

Spread It

ନିମାପଡ଼ା,(ଏପିନ୍ୟୁଜ) ନିମାପଡ଼ାରେ ଥିବା ଏକ ଘରୋଇ ନସିଂହୋମକୁ  ନିକଟସ୍ଥ ଛତାହର ଗ୍ରାମର ଜଣେ  ମହିଳା ପ୍ରସବ କରିବାକୁ ଆସିଥିଲେ। ମହିଳାଙ୍କର ଅସ୍ତ୍ରପଚାର କରାଯାଇ  ପୁତ୍ର ସନ୍ତାନ ଜାତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣଅସ୍ତ୍ରପଚାର କାରଣରୁ ପ୍ରସବପାଇଁ ର୍ତ୍ତିହୋଇଥିବାମହିଳାଙ୍କ ମୃତ୍ୟୁ ଘଟିଥିଲା ବୋଲି ମହିଳା ଙ୍କ ସ୍ବାମୀ ଜିତେନ୍ଦ୍ର ନାୟକ ନିମାପଡ଼ା ଥାନାରେ ଅଭିଯୋଗ କରିଥିଳେ।  ଏହି ଘଟଣାକୁନେଇ  ସ୍ବାସ୍ଥ୍ୟ ବିଭାଗ ତ୍ପରତା ଦେଖାଇଥିଲା ରାଜ୍ୟ  ସ୍ବାସ୍ଥ୍ୟ  ବିଭାଗ ନିର୍ଦ୍ଦେଶକ ,ଉପ ନିର୍ଦ୍ଦେଶକ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ନର୍ସିଂହୋମକୁ ଯାଇ  ତଦନ୍ତ କରିଫେରିଛନ୍ତି। ତଦନ୍ତ ରିପୋର୍ଟ ପ୍ରକାଶ ପାଇନାର୍ହି। ତଦନ୍ତକମିଟି ନର୍ସିଂ ହୋମ ପ୍ରସବ କରାଇଥିବା ସ୍ତ୍ରୀ ପ୍ରସୂତି ବିଭାଗ ଡ଼ାକ୍ତରଙ୍କ ଠାରୁ ଜମାନବନ୍ଦୀ ନେଇ ସ୍ବାସ୍ଥ୍ୟ ବିଭାଗ ଟିମ କର କାର୍ଯ୍ୟାନୁଷ୍ଠାନ ନେଉଛି  ତାହା ରିପୋର୍ଟ ସାର୍ବଜନୀନ ହେଲେ ଜଣାପଡ଼ିବ।   ଏହାପରେ ମୃତ ମହିଳାଙ୍କୁ ନ୍ୟାୟ ଦାବୀକରି ଆଜି ସଂଧ୍ୟାରେ ନୀରବ  ମହମବତୀ ‌ଶୋଭାଯାତ୍ରା କରାଯିବ ବୋଳି କୁହାଯାଇଥିଲା  । ଉକ୍ତ ନର୍ସିଂ ହୋମକୁ କେହି ଚିକିତ୍ସା ହେବାକୁ ନଯିବାପାଇଁ  ଜନସାଧାରଣଙ୍କୁ ସଚେତନତାକରିବା ପାଇଁ ଏକ  ନିରବ ଶୋଭାଯାତ୍ରାର କରି ପ୍ରତିବାଦ କରିବା ଉଦ୍ଦେଶ୍ୟ ରହିଥିଲା। ଶୋଭାଯାତ୍ରା ଥାନା ନିକଟରେ ପହଁଞ୍ଚିବା ପରେ  ଉକ୍ତ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମହମବତୀ ଶୋଭାଯାତ୍ରାକାରୀ ମାନେ ଥାନାକୁଯାଇ ଧାରଣା ଦେବାସହ  ଆଇଆଇସି ଆମକୁ ନ୍ୟାୟ ଦିଅ ଆଦି ଦାବୀକରି   ଶୋଭାଯାତ୍ରାକାରୀମାନେ ନାରାବାଜି କରିଥିଲେ।  

Leave a Reply

Your email address will not be published. Required fields are marked *