ରାଜ୍ୟ

ରାଜ୍ୟପାଳ ଙ୍କୁ ସାକ୍ଷାତ କଲେ ପୁରୀ ଜିଲା ଶିଶୁ ମଙ୍ଗଳ ସମିତି

Spread It

 ପୁରୀ (ଏ.ପି ନ୍ୟିୁଜ) ପୁରୀ ଶିଶୁମଙ୍ଗଳ ସମିତି ସହିତ ରାଜ୍ୟପାଳ ଡ ହରିବାବୁ କମ୍ଭମପଟି ସାକ୍ଷାତ କରିଛନ୍ତି।ଗତକାଲି ରାଜ ଭବନରୁ ଡାକରା ପାଇବା ପରେ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଅଜିତ୍ କୁମାର ମହାପାତ୍ର, ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ, ରୁଦ୍ଧିସୁନ୍ଦର ମିଶ୍ର, ଦେବଯାନୀ ହିମାଂଶୁ ଓ ଲକ୍ଷ୍ମୀପ୍ରିୟା ପାତ୍ର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶିଶୁ ମାନେ ଆମର ଭବିଷ୍ୟତ ଓ ଦେଶର ଆଗାମୀ କାଲି ର ସମ୍ବଳ।ସେମାନଙ୍କସୁରକ୍ଷା,ସର୍ବାଙ୍ଗୀନ ବିକାଶ ଓ ପ୍ରତିଭା ର ଉନ୍ମେଷ କ୍ଷେତ୍ରରେ ଶିଶୁ ମଙ୍ଗଳ ସମିତି ସହାୟକ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।ପୁରୀ ଶିଶୁମଙ୍ଗଳ ସମିତି ସର୍ବ ଭାରତୀୟ ସ୍ତରରେ ଦୁଇ ଦୁଇ ଥର ପୁରସ୍କୃତ ହୋଇଥିବାରୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *