କୁଶଭଦ୍ରା ନଦୀରେ ଦିଘାଳୋଠାରେ ବ୍ୟାରେଜ୍ ନିର୍ମାଣ ହେବ
କୁଶଭଦ୍ରା ନଦୀରେ ଦିଘାଳୋଠାରେ ବ୍ୟାରେଜ୍ ନିର୍ମାଣ ହେବ
ନିମାପଡା(ଏପିନ୍ୟୁଜ) ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀପରିଡା ଇଚ୍ଛା ଓ ଉଦ୍ୟମ ଅନୁସାରେ ଜଳସମ୍ପଦ ବିଭାଗ ତରଫରୁ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଶଭଦ୍ରା ନଦୀର ଦିଘାଳୋଠାରେ ଜଳ ସଂରକ୍ଷଣକ୍ଷମତା ବଢାଇବା ପାଇଁ ଏକ ବ୍ୟାରେଜ ନିର୍ମାଣ ହେବାପାଇଁ ସ୍ଥିର କରାଯାଇଛି। ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ମହାନଦୀ ଓ କାଠଯୋଡି ଅବବାହିକାର ମୁଖ୍ୟଯନ୍ତ୍ରୀ ଦିଲିପ୍ କୁମାର ରାଉତ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଦିଲିପ କୁମାର ମହାନ୍ତି ଡିଜାଇନ ନିର୍ବାହୀ ଯନ୍ତ୍ରୀ, ନିମାପଡା ଜଳସେଚନ ବିଭାଗ ଅଧିକାରୀ ଯନ୍ତ୍ରୀ ପ୍ରୀତମ ଚେତନ ପୋଥାଳ କୁଶଭଦ୍ରା ନଦୀର ପରିଦର୍ଶନ କରିଛନ୍ତି। ଦିଘାଳୋଠାରେ ବ୍ୟାରେଜ ନିର୍ମାଣ ହେବାକୁ ଥିବା ସ୍ଥାନକୁ ପରିଦର୍ଶନ କରିଛନ୍ତି। ବନ୍ୟାଜଳକୁ ଏଠାରେ ଅଟକାଯାଇ ବ୍ୟାରେଜ ନିର୍ମାଣ କରାଗଲେ ନଦୀ ପାର୍ଶ୍ବରେ କୃଷି ଜମି ଜଳସେଚିତ, ମତ୍ସଚାଷ, ଭୂତଳ ଜଳସ୍ଥର କ୍ଷମତା ବୃଦ୍ଧି। ଏହା ସହିତ ମୁଖ୍ୟ ଯନ୍ତ୍ରୀଙ୍କ ଦଳ ଭାର୍ଗବୀ ନଦୀର ହରିପୁର ଠାରୁ ପାର୍ବତୀପୁର ପର୍ଯ୍ୟନ୍ତ ଆଉ ଏକ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଖୁବ୍ ଶିଘ୍ର ଡିଜାଇନ୍ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଯନ୍ତ୍ରୀ ତିନିମୁହାଣି ଏବଂ କୋଣାର୍କର ଇକୋ ରିଟ୍ରିଟ୍ ସ୍ଥଳ ପରିଦର୍ଶନ କରିଛନ୍ତି। ବ୍ୟାରେଜ ନିର୍ମାଣକ ପରେ ଏହି ଅଞ୍ଚଳର ଚାଷୀ ମାନଙ୍କ ମୁହରେ ହସ ଫୁଟିବ। ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରୀତମ ଚେତନ ଫୋଥାଳଙ୍କ ପ୍ରତ୍ୟେକ୍ଷଉଦ୍ୟମ ଯୋଗୁଁ ଜଳସମ୍ପଦ ବିଭାଗ ବ୍ୟାରେଜ ନିର୍ମାଣ ପାଇଁ ସମତ୍ତି ରୁ ନିମାପଡା ନିର୍ବାଚନ ମଣ୍ଡଳୀର ୧୧ ହଜାର ଚାଷୀଙ୍କ ମୁହଁରେ ହସ ଫୁଟି ଉଠିଲା।

