ରାଜ୍ୟ

ମାଗଣା ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର

Spread It

ତା ୨୬-୧୦-୨୦୨୫ ରିଖ, ରବିବାର ଦିନ ପୂର୍ବତଟ ରେଳବାଇ ଅବସର ପ୍ରାପ୍ତ ଅମଲା କଲ୍ୟାଣ ସଂଘ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ଆଦି ମାତା କଲୋନୀ ସ୍ଥିତ ଶାନ୍ତି ଶିଶୁ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ମାନଙ୍କ ଦ୍ୱାରା ଲୋକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇ ଥିଲା। ବିଶିଷ୍ଟ ସମାଜସେବୀ ଶ୍ରୀମତୀ ରଶ୍ମି ମହାପାତ୍ର ସ୍ୱାସ୍ଥ୍ୟ ଶିବିର ଟିକୁ ଉଦ୍ଘାଟନ କରିଥିଲାବେଳେ ସଂଘର ସଭାପତି ଶ୍ରୀ ଆଶୁତୋଷ ମହାପାତ୍ର, ସାଂଗଠନିକ ସଂପାଦକ ଶ୍ରୀ ବାଙ୍କନିଧି ମହାରଣା, ଯୁଗ୍ମ ସଂପାଦକ ଜୟନ୍ତ ବାରିକ, କୋଷାଧ୍ୟକ୍ଷ ଜିତେନ୍ ସ୍ୱାଇଁ, ସହକାରୀ ସାଂଗଠନିକ ସଂପାଦକ ନବଘନ ନାୟକ,ବରିଷ୍ଠ ସଭ୍ୟ ଶ୍ରୀ ଦୁର୍ଯୋଧନ ବିଶ୍ୱାଳ, ଶ୍ରୀ ଅକ୍ଷୟ ସାହୁ ତଥା ଶାନ୍ତି ଶିଶୁ ମନ୍ଦିର ର ସଂପାଦକ ଓ କଲ୍ୟାଣ ସଂଘ ର ବରିଷ୍ଠ ସଭ୍ୟ ଶ୍ରୀ ଅଶୋକ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଟି କୁ ପରିଚାଳନା କରିଥିଲେ।  Doctor ସୁଧାଂଶୁ ମୋହନ ପୃଷ୍ଟି ସ୍ବାସ୍ଥ୍ୟ ପରୀକ୍ଷା କରିବା ସ ହିତ ମାଗଣା ଔଷଧ ବଣ୍ଟନ କରାଗଲା

Leave a Reply

Your email address will not be published. Required fields are marked *