ଦେଉଳି ମଠ ରେ ପହଞ୍ଚିଲା ନନ୍ଦିଘୋଷ ରଥ ଚକ
କାକଟପୁର,( ଏ ପି ନ୍ୟୁଜ୍) ସୋମବାର ଅପରାହ୍ନ ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥର ଏକ ଚକକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ପ୍ରାଚୀ ନଦୀ କୁଳସ୍ଥ ଦେଉଳିମଠ କୁ ପଠାଯାଇଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡିତ ପ୍ରାଚୀ ନଦୀ ତଟ ବାସିନୀ ମା ମଙ୍ଗଳାଙ୍କ କ୍ଷେତ୍ରକୁ ନନ୍ଦିଘୋଷ ରଥଚକା ଆସିବା ଘଟଣା କୁ ସବୁ ମହଲ ରେ ସ୍ୱାଗତ କରା ଯାଇଛି। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ନବକଳେବର ପାଇଁ ଦାରୁ ସଂଗ୍ରହ ନିମନ୍ତେ ଦଇତାପତି ସେବକ ମାନେ କାକଟପୁର ଆସି ଦେଉଳି ମଠ ଠାରେ ରେ ଅଧିଆ ପଡ଼ିଥାନ୍ତି । ମା ମଙ୍ଗଳାଙ୍କ ସ୍ୱପ୍ନାଦେଶ ପରେ ମା ଙ୍କ ଅଜ୍ଞ୍ୟାମାଳ ନେଇ ଦଇତାପତି ସେବକ ମାନେ ଦାରୁ ସଂଗ୍ରହ ପାଇଁ ଯାଇଥାନ୍ତି । ସେ ଦୃଷ୍ଟି ରୁ କାକଟପୁର ର ମଙ୍ଗଳା ମନ୍ଦିର କୁ ଆସୁଥିବା ଭକ୍ତ ମାନେ ଦେଉଳି ମଠ କୁ ମଧ୍ୟ ପରିଭ୍ରମଣ କରିବାକୁ ଯାଇଥାନ୍ତି। ଦେଉଳି ମଠ କୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରା ଯାଇଥିବା ନନ୍ଦିଘୋଷ ରଥ ର ଚକ କୁ ଭକ୍ତ ମାନେ ଦର୍ଶନ କରି ପାରିବେ। ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରା ଯାଇଛି। ତେବେ ଦେବୀ ସୁଭଦ୍ରା ଙ୍କ ଦାରୁ ମିଳିଥିବା ସ୍ଥାନ ଅସ୍ତରଙ୍ଗ ବ୍ଲକ ର ମାଳଦା ଗ୍ରାମ କୁ ଦେବୀ ସୁଭଦ୍ରା ଙ୍କ ରଥ ଦର୍ପଦଳନ ର ଏକ ଚକ ଯୋଗାଇ ଦେବାକୁ ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ଦାବି ହେଉଛି।
