ରାଜ୍ୟ

ଘରେ ଘରେ ପୂଜା ପାଇଲେ ମା ଲକ୍ଷ୍ମୀ।

Spread It

ଚାରିଛକ,(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ମାର୍ଗଶିର ମାସ ର ପ୍ରଥମ ଗୁରୁବାର। ଚାରିଛକ,ନୟାହାଟ,ନିମାପଡ଼ା ,କାକଟପୁର ଅଞ୍ଚଳ ର ଘରେ ଘରେ ମାଣ ବସାଯାଇ ପାରମ୍ପରିକ ପ୍ରଥାନୁସାରେ ଧନଦାତ୍ରୀ ମା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଗତ କାଲି ବିଳମ୍ୱିତ ରାତିରେ ଘର ର ମହିଳା ମାନେ ଅରୁଆ ଚାଉଳ ବାଟି ସେଥିରେ ଘର, ଦ୍ଵାର, ଘର ର ପ୍ରବେଶ ପଥ,ପୂଜା ଗୃହ,ଚଉରା ମୂଳରେ ଝୋଟି ରେ ପଦ୍ମ ଫୁଲ, ଲକ୍ଷ୍ମୀ ପାଦ ଆଙ୍କି ଥିଲେ। ଆଜି ପ୍ରାତଃ ରୁ ଉଠି ସ୍ନାନ କରି ଘର ର ପୂଜା ଗୃହ ରେ ଏକ ଆସ୍ଥାନ ରେ ନୂଆ ଧଳା ଧାନ ରେ ପ୍ରସ୍ତୁତ ମେଣ୍ଟ କୁ ଧାନ ପୂର୍ଣ୍ଣ ମାଣ ଉପରେ ଥୋଇ ନବ ବସ୍ତ୍ର, ଫୁଲ ମାଳ ପିନ୍ଧାଇ ଲକ୍ଷ୍ମୀ ମା ଙ୍କ ପରି ବସାଇଥିଲେ। ସେହି ଲକ୍ଷ୍ମୀ ଠାକୁରାଣୀ ଙ୍କ ସମ୍ମୁଖ ରେ ସକାଳେ ଛେନା, କଦଳୀ, ଫଳ ମୂଳ ଭୋଗ ଲାଗି କରିଥିଲେ। ମଧ୍ୟାହ୍ନ ରେ ଅନ୍ନ, ଡ଼ାଲମା, ଭଜା, ଶାଗ, ଦହି ପଖାଳ, ଖଟା, ଖିରି ଭୋଗ ଲାଗି କରିଥିବା ବେଳେ ସଂଧ୍ୟା ରେ ପୁନଃ ବାଳ ଭୋଗ ଲାଗି କରି ସଂଧ୍ୟା ଆଳତୀ ରେ ବନ୍ଦାପନା କରିଥିଲେ। ଦିନ ରେ ମା ଲକ୍ଷ୍ମୀ ଙ୍କ ସମ୍ମୁଖ ରେ ବଳରାମ ଦାସ ଙ୍କ ରଚିତ ଲକ୍ଷ୍ମୀ ପୁରାଣ ପାଠ କରାଯାଇଥିଲା। ମାର୍ଗଶିର ମାସ ର ସମସ୍ତ ଗୁରୁବାର ଏହିପରି ମା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପୂଜା କରିବା ଦ୍ୱାରା ଗୃହ ରେ କେବେ ଆର୍ଥିକ ଅନାଟନ ହେବ ନାହିଁ ବୋଲି ବିଶ୍ୱାସ ରହିଛି।ଲକ୍ଷ୍ମୀପୂଜା ପାଇଁ ଗାଁ ଗଣ୍ଡା ଉତ୍ସବମୁଖର ହୋଇପଡ଼ିଥିଲା।

Leave a Reply

Your email address will not be published. Required fields are marked *