କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ।
ଚାରିଛକ,( ସନ୍ତୋଷ ଦାଶ) ନିକଟସ୍ଥ ଭୋଦର ପଞ୍ଚାୟତ ର ଜୁଣୁପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ୩୨ ତମ କାର୍ତ୍ତିକେଶ୍ବରଙ୍କ ପୁଜା ମହାସମାରୋହ ରେ ଅନୁଷ୍ଠିତ ହେଉଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ନିକଟସ୍ଥ ବିଶିମାତ୍ରୀ ର ମହାଦେବ ଙ୍କ ପୁଷ୍କରିଣୀ ରୁ କଳସଧାରୀ ମାନେ ଜଳ କଳସ ଆଣି ପୂଜା ମଣ୍ତପରେ ସ୍ଥାପନ କରିବା ପରେ ଦେବ ସେନାପତି ପ୍ରଭୁ କାର୍ତ୍ତିକେଶ୍ୱର ଙ୍କ ପୂଜା ଆରମ୍ଭ ହୋଇଥିଲା। ପୂଜକ ନୀଳମଣି ଦାଶ,ସୀତାକାନ୍ତ ମୁଖାର୍ଜୀ ଓ ସାଥୀମାନଙ୍କ ଦ୍ବାରା ପୂଜା କାର୍ୟ୍ୟ ଭକ୍ତି ଓ ନିଷ୍ଠାର ସହିତ ଚାଲୁଛି।ପୂଜାରେ କତ୍ତା କର୍ତ୍ତୀ ଭାବେ ବିଜୟ ବେହେରା ଓ ତପସ୍ବିନୀ ବେହେରା ଯୋଗ ଦେଇଥିଲେ । ପୁଜା କମିଟିର ସଦସ୍ୟ ଶରତ ବେହେରା, ବାନାମ୍ବର ଦାସ, କାହ୍ନୁ ବେହେରା, ଅମରଜିତ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ବିଜୟ ବେହେରା, ବାବୁଲି ବେହେରା, ରାଜେଶ ଦାସ, ହେମନ୍ତ ବେହେରା ଓ ଦିଲ୍ଲୀପ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ପୂଜା ୫ଦିନ ଧରି ଚାଲିବ, ପ୍ରତ୍ୟହ ସନ୍ଧ୍ୟାରେ ପାଲା, ଭଜନ ସନ୍ଧ୍ୟା ଓ ପ୍ରବଚନ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବା ସହିତ ଆସନ୍ତା ୯ ତାରିଖ ରବିବାର ଦିନ ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।
