ରାଜନୀତି

ନୂଆପଡ଼ା ଉପ –ନିର୍ବାଚନର ତାତି ନିମାପଡ଼ାକୁ ଅନୁଭୂତ

Spread It

ନିମାପଡ଼ା, (ଏ.ପି ନ୍ୟିୁଜ) ନୂଆପଡ଼ା ରେ ଉପ ନିର୍ବାଚନ ଆସନ୍ତା ୧୧ତାରିଖରେ ହେବ। ଉପ ନିର୍ବାଚନରେ ରାଜ୍ୟର କୋଣ ଅନୁକେଣରୁ ବିଜେଡ଼ି , ବିଜେପି ବିଧାୟକ ମନ୍ତ୍ରୀମାନଙ୍କ ସହ ଦଳୀୟ ସମର୍ଥକମାନେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ଏନ.ଏ,ସି ମଧ୍ୟରେ ଡ଼େରା ପକାଇ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଇଥିବା ଜଣାଯାଏ। ଏଥିରୁ କଂଗ୍ରେସ ପଛରେ ପଡ଼ିନଥିବାବେଳେ କଂଗ୍ରେସ ଦଳର ରାଜ୍ୟସ୍ତରୀୟ ନେତାମାନେ ସେଠାରେ ରହି ପ୍ରଚାର କରୁଛନ୍ତି କିନ୍ତୁ ଅନ୍ୟ ଦୁଇଦଳର କର୍ମୀଙ୍କ ଭଳି କଂଗ୍ରେସ ଦଳର କର୍ମୀମାନେସେଭଳି ଯାଇନଥିବା ଜଣାଯାଏ। ନୂଆପଡ଼ା ଉପ ନିର୍ବାଚନର ପ୍ରଚାର ତାତି ପ୍ରତିଦିନ ସାରା ନିମାପଡ଼ାରେ ଅନୁଭୁତ ହେଉଛି। ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଗଠନ ହୋଇଥିବା ବିଭିନ୍ନ ହ୍ବାଟସଆପ ଗ୍ରୁପରେ ନିର୍ବାଚନ ପ୍ରଚାରଫୋଟ ସହ ଘୁରିବୁଲୁଛି। ନିମାପଡ଼ାର ବିଜେଡ଼ି ସମର୍ଥକଯୁବକମାନେ ଯାଇଛନ୍ତି ଶତ କିନ୍ତୁ ସେମାନଙ୍କର ପ୍ରଚାର ବିଷୟ ଏଠାରେ ଜଣାପଡ଼ୁ ନାହିଁ। ବିଷେକରି ବିଜେପି ଦଳର ପ୍ରବକ୍ତା ସମୀର ଦାଶ ନିର୍ବାଚନ ପ୍ରଚାରକରିବାକୁ ନୂଆପଡ଼ା ଗ୍ରସ୍ତରେ ଥିବାରୁ ତାଙ୍କ ପ୍ରଚାର ନିମାପଡ଼ାରେ ପ୍ରସାରିତ ହେଉଛି। ଏ.ପି ନିୟୁଜ ହାତରେ ଲାଗିଥିବା ତଥ୍ୟରୁ ଜଣାଯାଏ ସମୀର ବାବୁ ନୂଆପଡ଼ା ର ନିର୍ବାଚନ ମଣ୍ଡଳୀର ଯେଉଁ ପଚାଂୟତ ଦାୟିତ୍ବରେ ଅଛନ୍ତି ସେହି ପଞ୍ଚାୟତରେ ଗତ ବିଧାନସଭା ନିର୍ବାଚନରେ ସେହି ପଞ୍ଚାୟତରୁ ବିଜେଡ଼ି ୩୫ ଶହ ଭୋଟ ପାଇଥିବାବେଳେ ବିଜେପି ୬ଶହ ଏବଂ ସ୍ବାଧୀନଭାବେ ଲଢିଥିବା ଘାସିରାମ ମାଝି ୫ଶହ ଭୋଟ ପାଇଥିଲେ ବୋଲି ବେସରକାରୀ ସୁତ୍ରରୁ ଜଣାପଡ଼ିଛି। ବେସରକାରୀଭାବେ ଜଣାପଡ଼ିଥିବା ଭୋଟ ଆକଳନରୁ ବିଜେପି ପ୍ରବକ୍ତା ନିଜପାଟିକୁ କେତେ ଭୋଟ ଆଣି ବିଜେପି କୁ ନିର୍ବାଚିତ କରି ପତିଆରକୁ ପାଟି ସଭାପତିଙ୍କୁ ଦେଖାପାରୁଛନ୍ତି ଭୋଟ ଗଣତି ଫଳପଳରୁ ଜଣାପଡ଼ିବ ନିମାପଡ଼ାରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *