ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନିମାପଡ଼ା,(ଏ.ପି ନ୍ୟିୁଜ)୧୧ନଂ ୱାର୍ଡ଼ରେ ଥିବା ଜନତା ନୋଡ଼ାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିବେକିନୀ ଦାଶଙ୍କ ଆଜି ଚାକିରୀ ଜୀବନରୁ ଅବସରଗ୍ରହଣ କରିଛନ୍ତି ।ଏହି ଅବସରରେ ଜନତା ସ୍କୁଲ ପରିସରରେ ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଏକ ସାଧାରଣ ସଭା ପରିଚାଳନା କମିଟିର ସଭାପତି ଶ୍ରୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ,ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ପୁଷ୍ପମିତ୍ରା ମିଶ୍ର, କାଉନସିଲର ଅନୁସୟା ପାଣି, ପ୍ରଧ୍ୟାପକ ଡ଼ ରବିନ୍ଦ୍ର ନାଥ ପାଢୀ, ତିଳୋତ୍ତମା ରଥ, ସାଧନ କନେ୍ଦୟ ସଂଯୋଜକ ଲକ୍ଷ୍ମୀଧର ସଠେୀ, ଶିକ୍ଷକସଂଘ ସଭାପତି ରାଜନେ୍ଦ୍ର କୁମାର ବିଶ୍ବାଳ, ସଂପାଦକ କଲ୍ୟାଣକୁମାର ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ସଭାକୁ ପରିଚାଳନା କରିଥିଲେ ସୀମାନ୍ତ ଶଖେର ରଥ ।
