ରାଜ୍ୟ

ଆରଏସ,ଏସର ଯୁବ ସମ୍ମିଳନୀ

Spread It

ନିମାପଡ଼ା(ଏ.ପି ନ୍ୟିୁଜ) ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ପ୍ରତିଷ୍ଠାର ଶହେବର୍ଷ ପୁର୍ତ୍ତି ବର୍ଷ ସମଗ୍ର ଦେଶରେ ପାଳନ କରୁଛି। ଏହି ଅବସରରେ ଆଜି ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆର.ଏସଏସ ପକ୍ଷରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବ ସମାବେଶରେ ନିମାପଡ଼ା ସମେତ ବାଲିପାଟଣା, ବାଲିଅନ୍ତା, ଗୋପ, , କାକଟପୁର , ଅସ୍ତରଙ୍ଗ ବ୍ଲକର ୧୮ରୁ ୪୦ ବୟ ଷ୍କ ଶତଧିକ ଯୁବକ ଯୋଗଦେଇଥିଳେ। ଯୁବସସମ୍ମିଳନୀର ଉଦ୍ଦେଶ୍ୟ ଏହି ଅଞ୍ଚଳର ଯୁବଶକ୍ତିକୁ ରାଷ୍ଟ୍ର ପ୍ରେମରେ ଜାଗ୍ରତ କରିବାପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯୁବମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ଚିହ୍ନଟ କରିବାପାଇଁ ଏହି ଯୁବ ସମାବେଶରେ ପ୍ରଶ୍ନମଂଚ, ବକ୍ତୁତା, କବିତା ଆବୃତି ଓ ପାଠ , ପ୍ରଶ୍ନଉତ୍ତର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମାବେଶକୁ ନିମାପଡ଼ା ଶାଖାର ଅଧ୍ୟକ୍ଷ ଡ଼ାକ୍ତର ଅମୂଲ୍ୟ କୁମାର ଦାଶ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ବିକ୍ରମ କେଶରୀ ସାମଲ,ବକ୍ତା ଭାବେ ପୁରୀ ଜିଲା ସଂଘ ସହକାର୍ଯ୍ୟବାହ ଡ଼ାକ୍ତର ତପନ କୁମାରସ୍ବାଇଁ ପ୍ରମୁଖ ଏହି ସମାବେଶରେ ଯୋଗଦେଇ ଉଦଘାଟନ କରିଥିଲେ। ଆର.ଏସ.ଏସ ପରିବାର ପ୍ରସନ୍ନକର, ଭାଗୀରଥି ଓଝା, ବିସ୍ମୟକାନ୍ତ ସାହୁ, ବିକାଶ ଚନ୍ଦ୍ର ବାରିକ, ନୀଲମ ପରିଡ଼ା, ସାଧୁଚରଣ ଦାସ ସମାବେଶକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *