ରାଜ୍ୟ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରକଳ୍ପର ଭିତ୍ତିପ୍ରସ୍ତରସ୍ଥାପନ ଓ ଉଦଘାଟନ

Spread It

 

ଚା ନିମାପଡ଼ା ଶାଖା କେନାଲ ପାର୍ଶ୍ଵର ସୌନ୍ଦର‌୍ୟ୍ୟକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଚା ନିମାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାଣୀ ଆମ୍ବୁଲାନ୍ସର ଉଦଘାଟନ
 ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଯୋଗଦାନ
 ନିମାପଡ଼ା ଓ ଗୋପର ୧୨ ଗୋଟି ମନ୍ଦିର ଓ ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ନିମାପଡ଼ା (୧୦.୧୧.୨୦୨୫): ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀ ଗସ୍ତ କରି ଏକ ପ୍ରାଣୀ ଆମ୍ବୁଲାନ୍ସର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି  ଉପମୁଖ୍ୟମନ୍ତ୍ରୀ  ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନସ୍ଥ ଗୁହାଳପଡ଼ା ବ୍ରିଜ୍ ଛକଠାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରି ହେବାକୁ ଥିବା ନିମାପଡ଼ା ଶାଖା କେନାଲ ପାର୍ଶ୍ଵର ସୌନ୍ଦର‌୍ୟ୍ୟକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହାପରେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନାଲ୍‌କୋ ସହାୟତାରେ ଉପଲବ୍ଧ ହୋଇଥିବା ଏକ ପ୍ରାଣୀ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ । ଏହି ଆମ୍ବୁଲାନ୍ସ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ପରିଚାଳିତ ହେବ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ ।ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଟାଉନ୍ ହଲ୍‌ଠାରେ ଆୟୋଜିତ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଯୋଗଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ, ନିମାପଡ଼ା ବ୍ଲକରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ସହ ଜଡ଼ିତ ସମସ୍ତ ଯୋଜନାର ସର୍ବାଧିକ ଉପଯୋଗ କରିବା ପାଇଁ ଅଞ୍ଚଳର ଚାଷୀ ଭାଇ ଏବଂ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର‌୍ୟ୍ୟକ୍ରମରେ ଜଗତସିଂପୁର ଲୋକସଭା କ୍ଷେତ୍ରର ମାନ୍ୟବର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ନିମାପଡ଼ା ବ୍ଲକ୍ ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଏବଂ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହାପରେ ତୁଳସୀପୁର ପଞ୍ଚାୟତର ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ, ୧୦ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ, ନିମାପଡ଼ା ଓ ଗୋପ ବ୍ଲକ୍‌ର ୧୨ ଗୋଟି ପ୍ରମୁଖ ମନ୍ଦିର ଓ ପୀଠର ବିକାଶ ପାଇଁ କାର‌୍ୟ୍ୟକାରୀ ହେବାକୁ ଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର‌୍ୟ୍ୟକ୍ରମରେ ସେ ଯୋଗଦେଇଥିଲେ । ଏହି ଅବସରରେ ଅମରେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ସ୍ଥାନୀୟ ନେତୃବୃନ୍ଦ ଏବଂ ଜନସାଧାରଣଙ୍କ ସହ ମିଶି ଉପମୁଖ୍ୟମନ୍ତ୍ରୀ ପ୍ରସାଦ ସେବନ କରିଥିଲେ

Leave a Reply

Your email address will not be published. Required fields are marked *