ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ବିଜୟୀ
ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ପରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଲେ କର୍ମୀ।
ଚାରିଛକ,(ସନ୍ତୋଷ ଦାଶ) ଆଜି ନୂଆପଡ଼ା ଉପ ନିର୍ବାଚନ ର ଫଳ ଘୋଷିତ ହୋଇଥିଲା। ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ସର୍ବାଧିକ ଭୋଟ ପାଇ ବିଜୟୀ ଘୋଷିତ ହୋଇ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଚାରିଛକ, ନୟାହାଟ ଅଞ୍ଚଳ ର ବିଜେପି କର୍ମୀ ମାନେ ଆନନ୍ଦିତ ହୋଇପଡ଼ି ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଥିଲେ। ନରେନ୍ଦ୍ର ମୋଦି ଜିନ୍ଦାବାଦ, ମୋହନ ମାଝି ଜିନ୍ଦାବାଦ ଧ୍ଵନୀ ଦେଇ ବିଜେପି କର୍ମୀ ମାନେ ବିଭିନ୍ନ ବଜାର ପରିକ୍ରମା କରିଥିଲେ।
