ରାଜ୍ୟ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଜତ୍ସ ପ୍ରସଂଶା କଲେ ସ୍ଥାନୀୟ ବିଧାୟିକାକୁ କିଛି କରୁନାହାଁନ୍ତି କହି ସମାଲୋଚନା କଲେ – ବିଜେପି ପ୍ରବକ୍ତା

Spread It

 ନିମାପଡ଼ା( ଏ.ପି ନ୍ୟିୁଜ) ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ତୃତୀୟ ବିଶ୍ବଶକ୍ତିରେ ପରିଣିତ କରିବାପାଇଁ ଦେଶକୁ ଆଗକୁ ନେଉଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବଭାରତର ସୂର୍ଯ୍ୟଦୟ  ରାଜ୍ୟରେ ପରିଣିତ କରିବାପାଇଁ ଓଡ଼ିଶାରେ ସେମିକଣ୍ଡକ୍ୟର କାରଖାନା ସ୍ଥାପନ କରିବାକୁ ଯାଉଥିବାବେଳେ କିନ୍ତୁ ନିମାପଡ଼ାରେ କିଛି ଉନ୍ନୟନ କାମ ହେଉନାହିଁ ବୋଲି ବିଜେପି ପ୍ରବକ୍ତା ସମାଲୋଚନା କରିଥିଲେ। ଉଦାହରଣ ଦେଇ କହିଥିଲେ ଗଣମାଧ୍ୟମ ପ୍ରତିନିଧିମାନେ ଶୋଇଯାଇଛନ୍ତି ସେମାନଙ୍କର କଲମ ଚାଳୁନାହିଁ। ଡ଼େଲଟା ଛକରୁ ଜୟଗୁରୁ ଆଶ୍ରମ କେନାଲ ବନ୍ଧ ରାସ୍ତା କାମ ବିଳମ୍ବିତ ହେଊଥିବା  ଏବଂ ବଳଙ୍ଗା- ନିମାପଡ଼ା ରାସ୍ତା ନିର୍ମାଣ  ହେଉନାହିଁ କାର୍ହିକି ଏବଂ ମିଶନ ଶକ୍ତି ଅଧିନରେ ଥିବା ମହିଳା ଗୋଷ୍ଡୀ ମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ନିମାପଡ଼ା କୁ ମିଳିଥିବା ୪୦ଲକ୍ଷ ଟଙ୍କା ଲୁଟ ହେଲା ଏହି ଘଟଣା ସମ୍ବାଦିକମାନଙ୍କୁ କଣ ଦେଖାଯାଉନାହିଁ ବୋଲି ଭାଷଣ ଦେବା ବେଳେ କହିଥିଲେ। ସେ ନାମ ନନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପରୋକ୍ଷରେ ତୀବ୍ର ସମାଲୋଚନା କରିଥିଲେ। ସେ ପୂର୍ବ ସରକାରରେ ଥିବାବେଳେ ନିମାପଡ଼ାର ବହୁ ବିକାଶ କରିଛନ୍ତି ।ନିମାପଡ଼ା ସବଡ଼ିଜନପାଇଁ ସମସ୍ତ ସେ ସରକାର ଥିବାବେଳେ କାର‌୍ୟ୍ୟସାରିଛନ୍ତି। ରାଜ୍ୟରେ ଯେତେବେଳେ ସବଡ଼ିଭିଜନ ନିମାପଡ଼ା ସମେତ ଆଉ ୩ଟି ସ୍ଥାନର ନାମ ଘୋଷଣା ନିଶ୍ଚିତ ହେବ କାହା ଦୟାରେ ନୁହେଁ ବୋଲି କହିଥିଲେ । ଗତକାଲି ନିମାପଡ଼ା ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଯୋଗଦେଇଥିଲେ। ଅନ୍ୟତମ ବକ୍ତା ସିପିଆଇ ଦଳର ଦେବେନ୍ଦ୍ର ପ୍ରଧାନ, ବିଶିଷ୍ଟଆଡ଼ଭୋକେଟ ନରେନ୍ଦ୍ର ପ୍ରସାଦ ଦାଶ, ଓକିଲ ଓ ସମ୍ବାଦିକ ସତ୍ୟ ଉନ୍ମୋଚନପାଇଁ ରାସ୍ତା ଦୁଇ ହୋଇଥିଲେ ମଧ୍ୟ ଏକାଠି ମିଳିତ ହୋଇଥାନ୍ତିଏବଂ ପୂର୍ବତନ କାଉନସିଲର ତଥା ସମାଜସେବୀ ଅରୁଣ ପ୍ରସାଦ ଦାଶ ସମ୍ବାଦିକ ସମାସ୍ୟା ସଂମ୍ବର୍କରେ ଆଳୋଚନା କରିଥିଲେ। ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ସମ୍ମାନ୍ନୀତ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହାରାଙ୍କ ଅଧ୍ୟ୪ତାରେ ଅନୁଷ୍ଠିତ ସଭାରେ ସଂପାଦକ ରମାକାନ୍ତ ବେହେରା,ଧନ୍ୟବାଦ ଅର୍ପଣ କରିଥିଲେ। ସାଙ୍ଗଠନିକ ସଂପାଦକ ସୁଦର୍ଶନ ବେହେରା ଉତ୍ସବୁ ପରିଚାଳନା କରିଥିଲେ। କୋଣାର୍କ ନାଟ୍ୟ ମଣ୍ଡପ କଳାକାରମାନେ ସଡ଼ିଶୀ ନୃତ୍ୟ ଓ ଏ୍ୟୖତିହାସିକ କଥାବସ୍ଥୁରେ ପ୍ରସ୍ତୁତ ନୃତ୍ୟନାଟିକା ପରିବେଷଣ କରିଥିଳେ। ସୁରତାଲ ମେଲୋଡ଼ି ପକ୍ଷରୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *