ରାଜ୍ୟ

ପ୍ରସ୍ତୁତୀ ମହିଳାଙ୍କ ମୃତ୍ୟୁପରେ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା

Spread It

ଚାରିଛକ (ଏ.ପି ନ୍ୟୁଜ) ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ମଙ୍ଗଳବାର ରାତିରେ କାକଟପୁର ଗମ୍ଭାରୀପଦା ଗ୍ରାମର ଜଣେ ମହିଳା ପ୍ରସ୍ତୁତୀ ପାଇଁ ଆସିଥିଲେ ତେବେ ପସ୍ତୁତୀ ସମୟରେ ମହିଳାଜଣଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତର ଅବହେଳା ପାଇଁ ମହିଳା ଜଣଙ୍କ ମୃତ୍ୟୁ ଘଟିଥ‌ିବା ନେଇ ପରିବାର ପକ୍ଷରୁ ଚାରିଛକ ଥାନାରେ ଏକ ଅଭିଯୋଗ କରାଯାଇଛି । ତେବେ ଆଜି ମହିଳାଙ୍କୁ କ୍ଷତି ପୂରଣ ଦାବୀରେ ଗ୍ରାମର ଶତାଧୂକ ଲୋକଙ୍କ ସମେତ ମହିଳାଙ୍କ ସ୍ଵାମୀ ଓ ୩ଟି ଝିଅ ଆଜି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ । କିଛି ସମୟ ଚାରିଛକ- କାକଟପୁର ମୁଖ୍ୟ ରାସ୍ତା ଅବରୋଧ କରିବାପରେ ସ୍ଥାନୀୟ ତହସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଂଚି ରାସ୍ତା ଉପରେ ନ ବସିବାକୁ ବାରଣ କରିଥିଲେ । ତେବେ ଉତ୍ୟକ୍ତ ଲୋକମାନେ ପୁର୍ନବାର ରାସ୍ତା ଉପରୁ ଯାଇ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଗେଟରେ ଧାରଣାରେ ବସି ରହିଥିଲେ । ଘଟଣା ସ୍ଥଳରେ ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ । ମୃତ ମହିଳାଙ୍କ ୩ଟି ଝିଅକୁ ୩୦ ଲକ୍ଷର ଟଙ୍କାର କ୍ଷତିପୂରଣ ଓ ଦାୟୀତ୍ଵରେ ଥିବା ପ୍ରା ଓ ପ୍ରସ୍ତୁତୀ ବିଭାଗ ଡାକ୍ତରଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *