ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ୨୧ ତମ କିସ୍ତି ଟଙ୍କା ପ୍ରଦାନ ଉତ୍ସବ
ସାକ୍ଷୀଗୋପାଳ- ୧୯/୧୧(ଏପି ନ୍ୟୁଜ) : ପୁରୀ ସାଂସଦ ଡ଼ା ସମ୍ବିତ୍ ପାତ୍ର କୃଷକ କଲ୍ୟାଣକାରୀ ଯୋଜନା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି ପୁରୀ ଜିଲ୍ଲାର ସମସ୍ତ ବର୍ଗର ଯୋଗ୍ୟ କୃଷକ ମାନଙ୍କୁ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଏକ ଲକ୍ଷ ଅଠାବନ ହଜାର ତିନିଶହ ଅଣଚାଶ ଚାଷୀମାନଙ୍କ ଖାତାକୁ ଦୁଇହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ମାଧ୍ୟମରେ ପଠାଇ ଦିଆ ଯାଇଛି । ଏହି ସମାରୋହରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟନାରାୟଣ କର ସ୍ୱାଗତ ଭାଷଣ ଦେଇଥିଲେ । ଏବଂ ଧନ୍ୟବାଦ ଦେଇଥିଲେ ସାକ୍ଷୀଗୋପାଳର କୃଷି ଅଧିକାରୀ ଡ଼. ପରେଶ କୁମାର ପଣ୍ଡା । ପୁରୀ ଜିଲ୍ଲା ସମସ୍ତ ବ୍ଲକର କୃଷି ଅଧିକାରୀ, ପରିଯୋଜନା ଅଧିକାରୀ ସ୍ୱାଗତିକା ପଟ୍ଟନାୟକ ଏବଂ ପରେଶ କୁମାର ସାହୁ ଉପସ୍ଥିତ ଥିଲେ ।
