ରାଜ୍ୟ

ନାଏବ ସରପଞ୍ଚ ଙ୍କ ସ୍ୱାମୀ ମାଡ଼ ରେ ଏସିଏମ ଗୁରୁତ୍ୱର ଉଭୟ ପକ୍ଷ ରୁ ଏତଲା

Spread It

ଅସ୍ତରଙ୍ଗ(ଏ.ପି,ନ୍ୟିୁଜ) ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ରଘୁନାଥପୁର ଅଞ୍ଚଳ ରେ ଆଜି କେନ୍ଦ୍ରାପଟି ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ସ୍ୱାମୀ ସୁଦାମ ପ୍ରଧାନ ଙ୍କ ମାଡ଼ ରେ ପମ୍ପ ହାଉସ ଏସିଏମ ନୁଆସାହି ଗ୍ରାମ ର ବାବୁଲି ପ୍ରଧାନ ଗୁରୁତ୍ୱର ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି ଯେଉଁ ଘଟଣା କୁ ନେଇ ବାବୁଲି ପ୍ରଧାନ ଙ୍କ ଧର୍ମପତ୍ନୀ ବିନୋଦିନୀ ପ୍ରଧାନ ଅସ୍ତରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି, ସୂଚନା ମୁତାବକ ରଘୁନାଥପୁର ରେ ଥିବା ବସୁଧା ଯୋଜନା ଅଧୀନରେ ପମ୍ପହାଉସ ଦୀର୍ଘ ମାସ ହେବ ଅଚଳ ହୋଇ ପଡିଥିଲା,  । ଅସ୍ତରଙ୍ଗ ବ୍ଲକ ରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ସ୍ଥାନୀୟ ଲୋକ ଅଭିଯୋଗ ଶୁଣିବା ପରେ ଯନ୍ତ୍ରୀ ଙ୍କ ନିର୍ଦ୍ଧେଶ ରେ ଠିକାଦାର ସୁପରଭାଇଜର ପରାମର୍ଶ ଦେଇଥିଲେ ପମ୍ପ ହାଉସ କୁ ମରାମତି କରି ତୁରନ୍ତ ଲୋକ ଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ l ନୁଆସାହି ଗ୍ରାମ ର ପମ୍ପ ଡ୍ରାଇଭର ବାବୁଲି ପ୍ରଧାନ ଜଣେ ଗ୍ରାମ ପାନୀୟ ଜଳ ପ୍ରକଳ୍ପ ର ସ୍ୱୀକୃତି ପ୍ରାପ୍ତ ପମ୍ପ ଡ୍ରାଇଭର ଭାବେ କାମ କରନ୍ତି ଆଉ ପ୍ରଶାସନ ର ନିର୍ଦ୍ଧେଶ ରେ ବାବୁଲି ପ୍ରଧାନ ସୁପରଭାଇଜର ଙ୍କ ସହ ପହଞ୍ଚି ଥିଲେ ପମ୍ପ ହାଉସ ରେ ମରାମତି କାର୍ଯ୍ୟ କରିବା ପାଇଁ, ମାତ୍ର ସେଠି କୌଣସି କାରଣ ରୁ ସୁଦାମ ପ୍ରଧାନ ସୁପର ଭାଇଜର ଙ୍କୁ ଗାଳିଗୁଲଜ କରିଥିଲେ  ମାଡ଼ ମାରିବା ପାଇଁ ଧମକ ଚମକ ଦେଇଥିଲେ ।ମାତ୍ର ସୁପରଭାଇଜର ଘଟଣା ସ୍ଥଳରୁ ଜୀବନ ବଂଚେଇବା ପାଇଁ ଚାଲିଯିବା   ପରେ ସୁଦାମ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ନଡ଼ିଆ ବାହୁଙ୍ଗା ରେ ବାବୁଲି ପ୍ରଧାନ ଙ୍କୁ ଆକ୍ରମଣ କରି ତାଙ୍କ ଛାତି ରେ ମାଡ଼ ମାରି ଥିଲେ ବୋଳି ଅଭିଯୋଗ ହୋଇଛି।, ତାଙ୍କ ଘର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବାବୁଲି ଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ସେଠି ଅବସ୍ଥା ଗୁରୁତ୍ୱର ହେବାରୁ ବାବୁଲି କୁ  କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି ମେଡିକାଲ ରୁ ସୂଚନା ମିଳିଛି l ଏଥିନେଇ ଅସ୍ତରଙ୍ଗ ଥାନା ରେ  ପରଷ୍ପର ବିରୁଦ୍ଧରେ ଅଭିଯୋଗ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଚାଲୁ ରଖିଛି।

Leave a Reply

Your email address will not be published. Required fields are marked *