ରାଜ୍ୟ

ଉଚ୍ଚଶିକ୍ଷା ଓ ଆଇନ ବିଭାଗ କାଠଗଡ଼ାରେ

Spread It

ଉଚ୍ଚଶିକ୍ଷା ଓ ଆଇନ ବିଭାଗ କାଠଗଡ଼ାରେ
ଭୁବନେଶ୍ୱର, : ବିଜେପି ସରକାର କ୍ଷମତାରେ ଗୋଟିଏ ବର୍ଷ ପୂରଣ କରିଥିବାବେଳେ ରଥଯାତ୍ରା ଓ ଫକିର ମୋହନ କଲେକ ଅଘଟଣକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହୋଇଛି।। ଦୁଇଘଟଣା ଜାତୀୟ ରାଜନୀତିରେ ବଡ଼ ପ୍ରସଙ୍ଗ ପାଇଟି ଥିବାବେଳେ ସରକାରଙ୍କ ଭାବମୂର୍ତ୍ତି ପ୍ରତି ଆଚଂ ଆସିଛି। ବନ ମଧ୍ୟ ବେଶ୍‌କ୍ଷତି ସହିଛି ଓ ଉଚ୍ଚଶିକ୍ଷା ଓ ଆଇନ ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ସରକାରଙ୍କୁ ବିରୋଧୀ କାଠଗଡ଼ାରେ ଛିଡ଼। କରିଛନ୍ତି । ଉଭୟ ବିଭାଗର ଦୁର୍ବଳ ପ୍ରଦର୍ଶନ ପଛରେ ସରକାରଙ୍କ ବର୍ଷକର ସକାଳ ଅନେକାଂଶରେ ଲୁବି ଯାଇଛି । ଏପରି ଅବସ୍ଥାରେ ଆଗକୁ ରାଜ୍ୟମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଉପରେ ଏହାର କେତେ ପ୍ରଭାବ ରହିବ ତାହା ଉପରେ ସମସ୍ତଙ୍କ ନଜର । ବେଶ୍‌ କିଛି ଖଟାମିଠା ଅନୁଭୂତି ସହିତମୋହନ ସରକାରଙ୍କ ପ୍ରଥମ ବର୍ଷକଟି ଗଲା । ପ୍ରଥମ ବର୍ଷରୁ ମିଳିଥିବା ଭଲ, ମନ୍ଦ ଅଭିଜ୍ଞତାକୁ ପାଥେୟ କରି ସରକାର ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଲୋକଙ୍କ ସରକାର ଆଭିମୁଖ୍ୟକୁ ଆହୁରି ଶାଣିତ କରି ବା ଲକ୍ଷ୍ୟରେ ଅଛନ୍ତି ରାଜ୍ୟ ବିଜେପି ସରକାର । ଆଉ କିଛି ଦିନ ଭିତରେ ପୂର୍ବରୁ ରଥଯାତ୍ରା ବିଭ୍ରାଟ ଓ ନ୍ୟାୟ ଦାବିରେ ଏଫ୍‌‌ଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ଉଭୟ ସରକାର ଓ ଶାସକ ଦଳର ନିଦ ହଜାଇ ଦେଇଛି। ରଥଯାତ୍ରାରେ ନନ୍ଦିଘୋଷ ରଥ ଗଢ଼ିବାରେ ଦିଳମ୍ବ ଏବଂ କିଛି ଘଌକ୍ଷଗ୍ଧ;ା ପରେ ଶରଧା ବାଲିରେ ଦଳାଚକଟା ଘଟି ୩ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା।ସରକାର ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦେଉଥଲେ ସୁଦ୍ଧା ଆଇନ ବିଭାଗର ରଥଯାତ୍ରା ଓ ଏଫ୍‌ଏମ୍‌ ଅଘଟଣ ପାଇଁ ଅପଦସ୍ତବରମ ଅବହେଳା ପାଇଁ ଏହା ଘଟିକା ବୋଲି ବିରୋଧୀ ଅଭିଯୋଗ କରିବା ସହିତ ରାଜ୍ୟ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ସବୁଆଡେ଼ ଏହି ଘଟଣାକୁ ନେଇ ଆଲୋଚନା ହେଲା ।

ଏହି ନିଆଁ କିଛିଟା ପ୍ରଣମିତ ହୋଇଥିବା ବେଳେ ଏଫ୍‌‌ ଏମ୍‌  କଲେଜରେ ଛାତ୍ରୀ ନିଜ ଦେହରେ ନିଆଁଲଗାି ଦେବା ଘଟଣା ଉଚ୍ଚଶିକ୍ଷା ବିଭାଗକୁ କାଠଗଡ଼ାରେ ଛିଡ଼ା କରିଛି।ଏହି ଘଟଣାରେ ସରକାର ତୁରନ୍ତ ଅଭିଯୁକ୍ତ ସହକାରୀ ପ୍ରାଧ୍ୟାପକ ଏବଂ କଲେଜ ସହକାରୀ ପ୍ରଧ୍ୟାପକଙ୍କୁ ଗିରଫ କରାଯାଇଥିଲା । ସୋମବାର କଲେଜ ଅଧ୍ୟକ୍ଷ ଜେଲ୍‌ ଯାଇଛନ୍ତି । କିନ୍ତୁ ବିବାଦ ସରକାର ଓ ବିଭାଗର ମନ୍ତ୍ରୀଙ୍କ ପିଛାଛାଡ଼ ନାହିଁ । ନୀତିନିୟମ ପାଳନ ନ ହେବା, ଜରୁରୀ ପଦବୀରେ କାମଚନା ନିଯୁକ୍ତି ଦେବା, ବିରୋଧୀ ମନ୍ତ୍ରୀଙ୍କ ବିରୋଧରେ ଅଳ୍ପ କରିଛନ୍ତି। ଏହାକୁ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା, ବିଭାଗରଚରମ ଅବହେଳାକୁ ନେଇ ରାଜ୍ୟ ଭିତରେ ବିରୋଧୀ ସରକାରଙ୍କୁ କ୍ରମାଗତ ଭାବେ ଘେରି ରହିଥ‌ିବା ବେଳେ ଜାତୀୟ ସ୍ତର୍ଗରେ ତୃଣମୂଳ କଂଗ୍ରେସ ଓ ଜାତୀୟ କଂଗ୍ରେସ, ରାଜ୍ୟ ବିଜେପି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଇକି ପରିସ୍ଥିତି ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଓ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରେ ଦଳର ଶୀର୍ଷନେତୃତ୍ୱଙ୍କୁ ସାକ୍ଷାତ କରି ଫେରିବା ପରେ ମନ୍ତ୍ରୀମଣ୍ଡଳ ସମ୍ପସ୍ରାରଣ ହେବା ଚର୍ଚ୍ଚାଜୋର୍‌ ଧରିଛି ।  

Leave a Reply

Your email address will not be published. Required fields are marked *