ରାଜ୍ୟ

ପୁରୀ ପ୍ରସିଦ୍ଧ ରଥଯାତ୍ରା ର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ। ଜଗନ୍ନାଥ ଦର୍ଶନ ପାଇଁ ପୁରୀ ବାସୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

Spread It

ପୁରୀ ୨୩/୬ ମହାପ୍ରଭୁ ଙ୍କ  ରଥଯାତ୍ରା ଅନନ୍ୟ ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଖୁବ ଭଲରେ ହେବ ବୋଲି ପ୍ରାର୍ଥନା କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  ଦ୍ବିତୀୟ ସମନ୍ୱୟ ବୈଠକ  ଆଜି ପୂର୍ବାହ୍ନରେ ଟାଉନ ହଲ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରିବାକୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଏବଂ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।କାର୍ଯ୍ୟ ର ଅଗ୍ରଗତି ସନ୍ତୋଷ ଜନକ।ଜୁଲାଇ ୫ ତାରିଖ ପର ଠାରୁ ପୁରୀ ସହରରେ କୌଣସି ରାସ୍ତା ଘାଟ ଖୋଳିବାର ଅନୁମତି ଦିଆଯିବ ନାହିଁ।ପୁରୀ ସହର ବାସୀ ଙ୍କ ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।    ଦୁଇଟି ପୋଷ୍ଟାଲ ପିନ ନମ୍ବର କୁ ସ୍କାନ କରି ପୁରୀ ଲୋକ ଙ୍କୁ ଚିହ୍ନଟ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ।ସେହିପରି ପୁରୀ ରେ ସ୍ଥାୟୀ ଫୁଡ ସେଫ୍ଟି ଟେଷ୍ଟିଂ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ ସେବା ପାଇଁ  ଅତିରିକ୍ତ ୨୦୦ ବେଡ ର ବ୍ୟବସ୍ଥା କରିବା, ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ସ୍ଥାୟୀ ବର୍ଣ୍ଣ ୟୁନିଟ ପ୍ରତିଷ୍ଠା କରାଯିବ ବଡଦାଣ୍ଡର ଉଭୟ ପାଶ୍ୱରେ ଅସ୍ଥାୟୀ ଚିକିତ୍ସା ବ୍ୟବସ୍ଥା କରାଯିବ ଯାହା ଫଳରେ ବାରମ୍ବାର ଆମ୍ବୁଲାନ୍ସ ଯିବା ଆସିବା ର ଆବଶ୍ୟକତା ରହିବ ନାହିଁ, ରଥଯାତ୍ରା ପୂର୍ବରୁ ଡାକ୍ତର ଓ ଫୁଡ ସେଫ୍ଟି ଅଫିସର ପୁରୀ ରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ,କ୍ରିଡା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ,ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ନୀତି କାନ୍ତି ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।  ବୈଠକରେ  ପରିଚାଳନା କମିଟି ସଦସ୍ୟ,ସେବାୟତ,ଅତିରିକ୍ତ ଡିଜି ଆଧୁନିକକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ସଚିବ ଡ ପବିତ୍ର ମୋହନ ସାମଲ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଏନଏଚଏମ ର ଏମଡି ଡି ବୃନ୍ଦା, କେନ୍ଦ୍ରାଞ୍ଚଳ ଆରଡିସି କେନ୍ଦ୍ରାଞ୍ଚଳ ଆରକ୍ଷୀ ମହା ନିର୍ଦ୍ଦେଶକ ସତ୍ୟଜିତ ନାୟକ, ଅଗ୍ନିଶମ ଆଇ ଜି ଉମା ଶଙ୍କର ମିଶ୍ର,ଏସ ପି ପ୍ରତୀକ ସିଂ,ଡିଏଫଓ ମଗର ଧନିଜ ରାଓସୋ,ଆରସିସିଏଫ ପି ଅର୍ଥନାରୀ, ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା,ରେଲୱେ କମିଶନର କୌସ୍ତଭଦୀପ୍ତ ପାଣି, ଜଡିଆରଏମ ପି କେ ବେହେରା, ଦେବୋତ୍ତର କମିଶନର ସତ୍ୟ ସୁନ୍ଦର ଷଡ଼ଙ୍ଗୀ,ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ  ପ୍ରମୁଖ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *