ବଜ୍ରପାତରେ ସଟ ସର୍କିଟ ହୋଇ ଜଣେ ମୃତ ୧୦ଜଣ ଆହତ
l
ଅସ୍ତରଙ୍ଗ ୩୦/୬ (ଦୁଃଶାସନ ନାୟକଏ.ପି ନିୟୁଜ), ମଙ୍ଗଳବାର ଦିନ ସକାଳ ୮ ଘଟିକା ସମୟ ରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବଜ୍ରପାତ ହେବାପଲରେ ଜଣେ ମହିଳାଙ୍କ ଜୀବନହାନିଘଟିଥିବା ବାସୁଚନା ମିଳିଛି। ମିଳିଥିବା ସୁଚନାରୁ ପ୍ରକାଶ ଛୁରିଆନା ଗ୍ରା ପ, ର ବଳଭଦ୍ରପୁର ଗ୍ରାମ ର ଆସିଆ ପରମିନ ନାମକ ୩୨ବର୍ଷ ବୟସ୍କ ମହିଳା ତାଙ୍କ ଘରେ ଇନର୍ଭଟର ରୁ ବିଦ୍ୟୁତଶକ୍ତି ଛିନ୍ନ କରୁଥିବା ବେଳେ, ସେହି ସମୟ ରେ ବଜ୍ର ପାତ ହୋଇ ଥିଲା l ଯାହା ଫଳରେ କି ବିଦୁତ ସଟ ସର୍କିଟ ର ଆଘାତ ପାଇ ମହିଳାଜଣଙ୍କ ସେ ସେହିଠାରେ ଘର ଭିତରେ ଟଳି ପଡ଼ିଥିଲେ l ଘର ର ଲୋକ ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ଡ଼ାକ୍ତର ପରୀକ୍ଷା କରିବାପଣେ ଆସିଆ ପରମିନ ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ l ଅପର ପକ୍ଷରେ ଯାହାନିଆ ବେଳା ଭୂମି ନିକଟରେ ଅଣକଣା ଗ୍ରାମ ନିକଟ ସମୁଦ୍ର କୂଳରେ ନୂତନ ଝାଉଁ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନ ବିଭାଗ ତରଫରୁ କିଛି ଶ୍ରମିକ କାର୍ଯ୍ୟ କରୁଥିବା ସମୟ ରେ , ସେହି ବଜ୍ର ପାତ ର ଶିକାର ହୋଇ ୭ ଜଣ ଶ୍ରମିକ ଆହତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିଲେ । ସେମାନେ ସୁସ୍ଥ ହୋଇ ଥିବା ବେଳେ, ଅନ୍ୟ ଏକ ଘଟଣାରେ ତେଲୁଗୁ ସାମ୍ପ୍ରଦାୟ ପୁରୁଷ ଓ ମହିଳା ବର୍ଷା ଯୋଗୁଁ ତାଙ୍କ ଦୁଆର ମୁଁହରେ ଛିଡା ହୋଇଥିବା ବେଳେ, ସେହି ବଜ୍ର ପାତ ରେ ୪ଜଣଙ୍କ ଭିତରୁ ୨ଜଣ ଗୁରୁତର ହୋଇ ଆଚେତ ହୋଇଯିବା ଦ୍ଵାରା ଅସ୍ତରଙ୍ଗ ମେଡିକାଲ ଯାଇ ଅପରାହ୍ନ ରେ ସୁସ୍ଥ ହୋଇ ଫେରିଥିବାର ଜଣା ପଡିଛି l
