ରାଜ୍ୟ

ନିମାପଡ଼ା- ବଳଙ୍ଗା ପୁର୍ତ୍ତ ରାସ୍ତା ଏବଂ ଏନ.ବି.ସି ଭୁବନପୁର ଠାରୁ ମୁସଲିମ ବସ୍ତି ପର୍ଯ୍ୟନ୍ତ ଜଳସେଚନ ବିଭାଗ ରାସ୍ତା ଶୋଚନୀୟ

Spread It

 

 ନିମାପଡ଼ା, ୭/୬( ଏ.ପି ନିୟୁଜ))  ନିମାପଡ଼ା- ବଳଙ୍ଗା ରାସ୍ତା ଏବଂ ଜଳସେଚନ ବିଭାଗର ଏନ.ବି.ସି ବନ୍ଧର ଭୁବନପୁର ଠାରୁ ମୁସଲିମ ବସ୍ତି ପର୍ଯ୍ୟନ୍ତ ରାସ୍ତାଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତାହାର ତୁରନ୍ତ ପ୍ରତିକାର ପାଇଁ ବିଭିନ୍ନ ମହଲରେ ଦାବୀ ଉଠିଛି। ସୁଚନାରୁ ପ୍ରକାଶ ପୂର୍ତ୍ତ ବିଭାଗର ଖାମଖିଆଲ ମନୋବୃତି କାରଣରୁ  ନିମାପଡ଼ା-ବଳଙ୍ଗା ରାସ୍ତାକାମ ଧୀର, ମନ୍ଥର, ଉତ୍ସାହବିହିନ, ଅତ୍ୟନ୍ତ ବେପରୁଆ  ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ଜଦି କାମ ଗୋଟେ ଯାଗାରେ କଲେ କାଲି ଆଉ ଗୋଟିଏ ଯାଗାରେ କରୁଛନ୍ତି,ନକ୍ଷେତ୍ର ମଣ୍ଡପ ଯାଏଁ  ରାସ୍ତା କଂକ୍ରିଟ ହୋଇ ଆସିଲା  କିନ୍ତୁ କେନାଲ ବ୍ରିଜକୁ ସଂଯୋଗ ନହୋଇ ଅଧାପନ୍ତରିଆଭାବେ ଛାଡ଼ିଦିଆଗଲା। ବ୍ରିଜର ଅପର ପାଶ୍ବରେ  ବାଳିକା ହାଇସ୍କୁଲ , ନାୟକ ସାହି, ପ୍ରାଣୀ ଧନ ଚିକିତ୍ସାଳୟ, ଆରଡ଼ି ଏସ.ସି ଙ୍କ ଅଫିସ , ଶିଶୁ ଉଦ୍ୟାନ , ଟାଉନହଲ, ପୂର୍ତ୍ତ ବିଭାଗ, ଦମକଳ କେନ୍ଦ୍ର ଓ ଗୁରୁତ୍ବ ପୁଣ୍‌ର୍ଣ ବ୍ଲକ ଛକ । ଉକ୍ତ ରାସ୍ତା,ପାଶ୍ବରେ ରାଜ୍ୟସରକାରଙ୍କ ଗୁରୁତ୍ବ ପୂର୍ଣ୍ଣ ଅଫିସ ଗୁଡ଼ିକ  ରହିଛି କିନ୍ତୁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ଦେଇ ଅଫିସଗୁଡ଼ିକୁ ଯାତାୟତ କରିବାପାଇଁ ଲୋକମାନେ ଭୟ କରୁଛନ୍ତି। ପୁର୍ତ୍ତ ବିଭାଗ ଅବହେଲାରୁ ରାସ୍ତାନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନାହିଁ। ବ୍ଲକ ଛକ ଠାରୁ ଡ଼େଲଟା ଛକ ପର୍ଯ୍ୟନ୍ତ ରାସ୍ତା ଖାଲ ଖମାରେ ପରିଣିତ ହୋଇଛି ଖୁବଶିଘ୍ର  ବାକିଥିବା ରାସ୍ତାକାମ ଶେଷ କରିବାକୁ ପୂର୍ବତନ କାଉନସିଲର ଅରୁଣ ପ୍ରସାଦ ଦାଶ ଦାବୀ କରିଛନ୍ତି। ସେହିଭଳି ନିମାପଡା ଜୟଗୁରୁ ଆଶ୍ରମ ଠାରୁ ପାଟପୁର ପର୍ଯ୍ୟନ୍ତ ନିମାପଡା ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ର ୮୦% ନିର୍ମାଣ ସରିଥିଲେ ସୁଦ୍ଧା ଭୁବନିପୁର ଗାଁ ମୁଣ୍ଡ ଠାରୁ ପାଟପୁର ଗାଁ ମୁଣ୍ଡ ପର୍ଯ୍ୟନ୍ତ କାର୍ଯ୍ୟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇପଡିରହିଛି ।ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ହୋଇପଡ଼ିଥିବା ଏହି ରାସ୍ତାଟି ର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବାକୁ  “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ଆଜି ନିମାପଡା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ନିମାପଡା କେନାଲ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ମହୋଦୟ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବାମନାଳ ଠାରୁ ପାଟପୁର, ଭୁବନିପୁର ଦେଇ ନିମାପଡା ପିପିଲି ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ଏହା ମୁଖ୍ୟ କେନାଲ ବନ୍ଧ ରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଙ୍କ ଯିବା ଆସିବାକୁ ଦୃଷ୍ଟି ଦେଇ  ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ “ଜାଗ୍ରତ ଯୁବଶକ୍ତି” ସଂଗଠନ ଆବାହକ ଆଦର୍ଶ ଦାଶ,  ସମୀର ରଞ୍ଜନ ରାଉତରାୟ, ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର,, ଲକ୍ଷ୍ମୀଧର ବେହେରା ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *