ରାଜ୍ୟ

ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବମୋର୍ଚ୍ଚାର ସାଙ୍ଗଠନିକ ବୈଠକ। ସମ୍ବର୍ଦ୍ଧିତ ହେଲେ ଉପ-ମୁଖ୍ୟମନ୍ତ୍ରୀ

Spread It

ନିମାପଡ଼ା, ୭/୭(ଏ.ପି ନିୟୁଜ) ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ମୋର୍ଚ୍ଚାର ନବ ନିଯୁକ୍ତ କାର୍ଯ୍ୟକାରୀ କମିଟିର ସସସ୍ୟ ଏବଂ ଯୁବ ମୋର୍ଚ୍ଚାର କର୍ମିୀମାନଙ୍କୁ ନେଇ ଆଜି ଏକ ସାଙ୍ଗଠନିକ ବୈଠକ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଯୁବ ମୋର୍ଚ୍ଚା ସଭାପତି ସାଇ ପ୍ରିତମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଯୁବକମାନଙ୍କ ନିର୍ବାଚନ ହେବ ଏବଂ ଯୁବବର୍ଗଙ୍କୁ ବିଜେପି ଦଳ ଗୁରୁତ୍ବ ଦେବ। ଯୁବ ମୋର୍ଚ୍ଚା ସକ୍ରିୟ ସଦସ୍ୟମାନେ ଦଳନେଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ନିମାପଡ଼ାରେ ଗତ ୨ବର୍ଷରେ ହୋଇଥିବା ରାସ୍ତାଘାଟ ସ୍ବାସ୍ଥ୍ୟ, ଶିକ୍ଷା,କ୍ରିଡ଼ା ସମ୍ପର୍କିତ ବିଭିନ୍ନ ଜନଦହିତକର କାର୍ଯ୍ୟ ଲୋକମାନଙ୍କ ନିକଟରେ ପହଁଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ଏହି ସାଙ୍ଗଠନିକ ବୈଠକରେ ଉପସ୍ଥିତ ଥିବା ୨୨ଜଣିଆ କାର୍ଯ୍ୟକାରୀ କମିଟି ର ସଭ୍ୟଓ ସଭାପତି ଶ୍ରୀ ପଟ୍ଟନାୟକ ପ୍ରମୁଖ  ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ  ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *