ବଜ୍ରପାତରେ ମେଣ୍ଢା ଚରାଳିର ମୃତ୍ୟୁ
ନିମାପଡ଼ା, ୨୦/୭(ଏ.ପି ନିୟୁଜ) ଆଜି ସଂନ୍ଧ୍ୟାରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଭିଲିଗ୍ରାମ ପଞ୍ଚାୟତର ନିମଘର ଗ୍ରାମରେ ଜଣେ ମେଣ୍ଢାଚରାଳିଙ୍କ ଉପରେ ବଜ୍ରାପାତ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସାପାଇଁ ଆଣିଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ନାମ ବଶୀଂଧର ବେହେରା ବୟସ ୫୦ ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ପୁୃଅ ପୁଲିସରେ ଅଭିଯୋଗ କରିବାରୁ ପୁଲିସ ଶବକୁ ଜବତକରି ବ୍ୟବଛେଦ ପାଇଁ ପଠାଇଛି। ପୁର୍ବତନ ସରପଞ୍ଚ ବାଳକୃଷ୍ଣ ଓଝା ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାର ସାହାଯ୍ୟ ଦେବାକୁ ଜିଲାପାଳ, ନିମାପଡ଼ା ତହସିଳଦାରଙ୍କ ନିକଟରେ ଦାବୀ କରିଛନ୍ତି।
