ରାଜ୍ୟ

ନିମାପଡ଼ା ବ୍ଲକ ପେନସନ ଭୋଗୀମାନଙ୍କ ୯ ଦଫା ଦାବୀନେଇ ପ୍ରତିବାଦ ଦିବସ

Spread It

ନିମାପଡ଼ା ବ୍ଲକ ପେନସନ ଭୋଗୀମାନଙ୍କ ୯ ଦଫା ଦାବୀନେଇ ପ୍ରତିବାଦ ଦିବସ

ନିମାପଡ଼ା,୧୫/୭(ଆଜିପର୍ଯ୍ୟନ୍ତ) ୯ ଦଫା ଦାବୀନେଇ ପେନସନ ଭୋଗୀମାନେ ପ୍ରତିବାଦ ଦିବସ ପାଳନ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ବ୍ଲକ ଅତିରିକ୍ତ ବିଡ଼ିଓ ପ୍ରିୟଦର୍ଶନୀ ବରାଳଙ୍କୁ ଦାବୀପତ୍ରପ୍ରଦାନ କରାଯାଇଛି। ପେନସନ ଭୋଗୀମାନେ ସେମାନଙ୍କ ଦାବୀପତ୍ରରେ ଉଲେଖ କରିଛନ୍ତି କେନ୍ଦ୍ରସରକାର ଅବସରପ୍ରାପ୍ତ ପେନସନଭୋଗୀମାନଙ୍କ ପ୍ରତି କଳାଆଇନ ପ୍ରଣୟନ କରିବା ଏବଂ ରାଜ୍ୟସରକାର ମଧ୍ୟ ପେନସନ ଭୋଗୀମାନଙ୍କ ଦାବୀ ପୂରଣ କରିବାରେ ଟାଲଯୁଲ ନିତି ଅବଲମ୍ବନ କରୁଥିବାରୁ ଅଖିଳଭାରତ ପେନସନଭୋଗୀ ମହାସଂଘର ଓ ଓଡ଼ିଶା  ରାଜ୍ୟ ପେନସନଭୋଗୀ ମହାସଂଘର ଆହ୍ବାନକ୍ରମେ ନିମାପଡ଼ା ବ୍ଳକ ପେନସନଭୋଗୀମାନେ ଆଜି ବ୍ଲକ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରିଥିଲେ। ରାଜ୍ୟର ସରକାରଙ୍କୁ ଦିଆଯାଇଥିବା ଦାବୀପତ୍ରରେ କେନ୍ଦ୍ରଭଳି ଚିକିତ୍ସା ଓ ଭତ୍ତା। ପିଜିପିଏ ବିଭାଗର ପୁନଃ ସ୍ଥାପନ, ୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ପେନସନ ନିର୍ଦ୍ଦାରଣରେ ଥିବା ତ୍ରୁଟିକୁ ପେ ମାଟ୍ରିକ ଆଧାରରେ ସଂଶୋଧନ, କମ୍ପ୍ୟୁଟେସନ ଦେୟର ଅବିଧି ୧୫ ବର୍ଷ ପରିବର୍ତ୍ତେ ୧୦ବର୍ଷ ୮ମାସକୁ ହ୍ରାସ କରିବା, କରୋନା ସମୟରେ ବନ୍ଦଥିବା ଆଠମାସର ମହଙ୍ଗାଭତ୍ତା ପ୍ରଦାନ, ମୋ ବସଭଳି ସମସ୍ତ ସରକାରୀ ବସରେ ଯାତ୍ରାବେଳେ ରିହାତି , ରେଳଯାତ୍ରାରେ ୫୦ ଭାଗ ରିହାତି, ୯ ହଜାର ଟଙ୍କା ସର୍ବନିମ୍ନ ପେନସନ ପ୍ରଦାନ , କ୍ବାଲିଫାଇଙ୍ଗ ସଭିସ ୨୦ ବର୍ଷକୁ ହ୍ରାସ କରିବା ଇତ୍ୟାଦି ପେନସନଭୋଗୀ ସଂଘର ସଭାପତି ରାଜକୁମାର ମହାନ୍ତି ସଂପାଦକ ମଧୂସୁଦନ ବେହେରାଙ୍କ ନେତୃତ୍ବରେ କାହ୍ନୁଚରଣ ସାହୁ, ଚିତ୍ତରଞ୍ଜନ ସେନାପତି, ଦୀନବନ୍ଧୁ ମଲିକ, ଶ୍ୟାମସୁନ୍ଦର ଦେଓ, ମଧୁସୂଦନ ବେହେରା, ପଦ୍ମଚରଣ ଜେନା , ସୁରେନ୍ଦ୍ର ପଣ୍ଡା, ବିଶ୍ବରଞ୍ଜନ ମଲିକ, ସୁଦର୍ଶନ ଓଝା ପ୍ରଭୃତି ପ୍ରତିବାଦ କରିବାସହ ଦାବୀ ପତ୍ର ପ୍ରଦାନ କରିଥିଲେ। 

Leave a Reply

Your email address will not be published. Required fields are marked *