ରାଜ୍ୟ

ରଥାରୂଢ଼ ହେବାକୁ ପାଲିଙ୍କି ରେ ଆସିଲେ ଶ୍ରୀ ଗୁରୁଦେବ

Spread It
ଏକ ଅନନ୍ୟ ପରମ୍ପରା……………
ଚାରିଛକ,( ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ରଥଯାତ୍ରା। ରାଜ୍ୟ ର ବିଭିନ୍ନ ସ୍ଥାନ ରେ ପୂଜା ପାଉଥିବା ଶ୍ରୀ ଜଗନ୍ନାଥ ଙ୍କ ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଚାରିଛକ ନିକଟସ୍ଥ ପ୍ରାଚୀ ଉପତ୍ୟକାର ବନ୍ଦେଶ୍ୱର ଗ୍ରାମ ଠାରେ ପୂଜା ପାଇ ଆସୁଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କ ରଥଯାତ୍ରା ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା। ବନ୍ଦେଶ୍ୱର ଗାଁ ଠାରୁ ପ୍ରାୟ ୪/୫ କିଲୋମିଟର ଦୂର ରେ ଥିବା ତୁଳସୀପୁର ବ୍ରାହ୍ମଣ ଶାସନ ରେ ଆଜକୁ ୧୦୦ ଶହ ରୁ ଉର୍ଦ୍ଧ୍ୱ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଏହି ଗାଁ ରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ରେ ବନ୍ଦେଶ୍ୱର ଗ୍ରାମ ର ଶ୍ରୀ ଗୁରୁଦେବ ଠାକୁର ରଥାରୁଢ଼ ହୋଇଥାନ୍ତି। ତୁଳସୀପୁର ବ୍ରାହ୍ମଣ ଶାସନ ର ଅବନିନ୍ଦ୍ର ତ୍ରିପାଠୀ, ନଗେନ୍ଦ୍ର କୁମାର ତ୍ରିପାଠୀ, ବିଶ୍ୱଜିତ ତ୍ରିପାଠୀ, ମହେଶ୍ୱର ମହାପାତ୍ର, ରଜନୀକାନ୍ତ ତ୍ରିପାଠୀ, ସନ୍ତୋଷ ଦାଶ, କ୍ଷମାନିଧି ତ୍ରିପାଠୀ, ପ୍ରମୁଖ ଗ୍ରାମବାସୀ ମାନେ ଆଜି ପ୍ରାତଃ ରୁ ପ୍ରାତଃ ରୁ ଯାଇ ପହଞ୍ଚିଥିଲେ ବନ୍ଦେଶ୍ୱର ଗ୍ରାମ ରେ। ଶ୍ରୀ ଗୁରୁଦେବ ଠାକୁର ଙ୍କୁ ସ୍ନାନ,ମାର୍ଜଣା କରାଯିବା ପରେ ଗ୍ରାମବାସୀ ମାନେ ନେଇଥିବା ନବବସ୍ତ୍ର, ପାଟ , ପୁଷ୍ପ ଅଳଙ୍କାର ଲାଗି କରାଯାଇଥିଲା। ଠାକୁର ଙ୍କ ପାଖରେ ବାଳ ଭୋଗ ଲାଗି ହେବା ପରେ ଗୀତା ପାଠ ଅନୁଷ୍ଠିତ ହୋଇଥିଲା।ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଭୋଗ ଲାଗି ହେବା ପରେ ଏକ ସୁ ସଜ୍ଜିତ ପାଲିଙ୍କି ରେ ଗ୍ରାମବାସୀ ମାନେ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ଉପବେଶନ କରାଇ ଏକ ଶୋଭାଯାତ୍ରା ରେ ନିଜ ଗାଁ ତୁଳସୀପୁର କୁ ନେଇଥିଲେ। ଗାଁ ରେ ପୂର୍ବରୁ ନିର୍ମିତ ଓ ସଜ୍ଜିତ ରଥରେ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ରଥାରୂଢ଼ କରାଯାଇଥିଲା। ଡାହୁକ ରଘୁନାଥ ବେହେରା ରଥ କୁ ଉଠି ବୋଲି ଡାକିବା ପରେ ରଥଟଣା ହୋଇ ଥିଲା। ଡାହୁକ ଙ୍କ ବୋଲି ରେ ରଥ ଆଗକୁ ଗଡିଥାଏ। ଠାକୁର ଘର ଘର ଭୋଗ ଖାଇ ସଂଧ୍ୟା ରେ ଗୁଣ୍ଡିଚା ମନ୍ଦିର ଭାବେ ପରିଚିତ କନକ ଦୂର୍ଗା ମନ୍ଦିର ଠାରେ ପହଞ୍ଚିଥିଲେ।  ଶେଷ ହୋଇ ଥିଲା ଶ୍ରୀ ଗୁରୁଦେବ ଠାକୁର ଙ୍କ ଅନନ୍ୟ ନିଆରା ରଥଯାତ୍ରା।

Leave a Reply

Your email address will not be published. Required fields are marked *